ବୈଶିଙ୍ଗାରେ ରାତି ୧୦ଟାରେ ବନ୍ଦ ହେବ ସବୁ ଦୋକାନ

Advertisment

ରାଜ୍ୟ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଗୁରୁବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଅଧ୍ୟକ୍ଷତା କରିଥିଲେ।

ରାଜ୍ୟ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଗୁରୁବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଅଧ୍ୟକ୍ଷତା କରିଥିଲେ।

a06da986-0877-4e62-a631-a3b7b9bd2b99

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଗୁରୁବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛିl ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକକୁ ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ, ଏଏସଆଇ ସୁବ୍ରତ ସାହୁ, ଶୁଭ୍ରାଂଶୁ ରାଉଳ ଓ ପ୍ରଦୀପ କୁମାର ଦେ’ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେl

ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ଟ୍ରାଫିକ ସମସ୍ୟା, ମଦ୍ୟପ ବାଇକ ଚଳକଙ୍କୁ ସାବାଡ଼ କରିବା ଓ ବିଭିନ୍ନ ଛକ ଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଳାଯାଉଥିବା ଦୋକାନ ଗୁଡ଼ିକରେ ଚାଲିଥିବା ଅସାମାଜିକ କାର୍ଯ୍ୟ କଳାପ ଉପରେ ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉପରେ ସମିତି ସଦସ୍ୟମାନେ ଥାନାଧିକାରୀଙ୍କୁ ବିଶେଷ ଦୃଷ୍ଟି ଦେବାକୁ ନିବେଦନ କରିଥିଲେl 

ସେହିପରି ଆଗାମୀ ଦିନରେ ଥାନା ପରିସରରେ ରଥଯାତ୍ରା ପରେ ଏକ ବିରାଟ ରକ୍ତଦାନ ଶିବିର ଆୟୋଜନ ପାଇଁ ସ୍ଥିରୀକୃତ ହୋଇଥିଲାl ଅନ୍ୟପଟେ ଉପସ୍ଥିତ ସଦସ୍ୟଙ୍କ ଦ୍ୱାରା ସ୍ଥାନୀୟ ସମସ୍ୟା ଗୁଡିକୁ ଉପସ୍ଥାପନ କରାଯିବା ସହିତ ତାର ସମାଧାନ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲାl ଉକ୍ତ ବୈଠକରେ ଜନପ୍ରତିନିଧିଙ୍କୁ ଛାଡି ଆମ ପୁଲିସ ସମିତିର ଅନ୍ୟାନ୍ୟ ସଦସ୍ୟ, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେl

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe