ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ ଅନ୍ୟ କେନ୍ଦ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମିତି ବୈଠକଶୁକ୍ରବାର ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବିର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ବର୍ତ୍ତମାନ ଜାରି ରହିଥିବା 'ସ୍ୱଚ୍ଛତା ହିଁ ସେବା ଅଭିଯାନ' ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି।
ବୈଠକରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ସଫଳତାର ବିସ୍ତୃତ ପ୍ରଚାରପ୍ରସାର ଲାଗି ଆପୋସ ସମନ୍ୱୟ ଏବଂ ସହଯୋଗ ବୃଦ୍ଧି ନେଇ ବୈଠକରେ ସହମତି ହୋଇଛି। ବୈଠକରେ ଯୋଗ ଦେଇଥିବା ଅଧିକାରୀମାନେ ବର୍ତ୍ତମାନ ଜାରି ରହିଥିବା 'ସ୍ୱଚ୍ଛତା ହିଁ ସେବା ଅଭିଯାନ' ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଭିଯାନ ସମ୍ପର୍କରେ ସଚେତନତାକୁ ଆହୁରି ବ୍ୟାପକ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନର କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମର ଅଧିକ ପ୍ରଚାରପ୍ରସାର ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।
ବୈଠକରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ପାରାଦୀପ ବନ୍ଦର ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ (କର୍ପୋରେଟ୍ ଯୋଗାଯୋଗ) ରତିକାନ୍ତ ନାୟକ, ଆକାଶବାଣୀ କଟକର ସମାଚାର ବିଭାଗ ଉପନିର୍ଦ୍ଦେଶକ ପ୍ରକାଶ ଦାଶ, ପିଆଇବି ଭୁବନେଶ୍ୱରର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ, ଭୁବନେଶ୍ୱର ଏନସିଇଆରଟି-ଆରଆଇଇ ଶିକ୍ଷା ବିଭାଗ ପ୍ରାଧ୍ୟାପକ ଓ ମୁଖ୍ୟ ଡକ୍ଟର ଲକ୍ଷ୍ମୀଧର ବେହେରା, ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ସାହୁ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଅଧିକାରୀ ପ୍ରଦୀପ୍ତ କୁମାର ବେହେରା ଓ ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Follow Us