ଯବାନଙ୍କ ଜୀବନ ବଞ୍ଚାଇଥିବା କୁକୁର ‘କିଆ‘ର ସ୍ମାରକି ନିର୍ମାଣ

ସୀମାନ୍ତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନକ୍ସଲଙ୍କର ଦବଦବା ଗତ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିଲା। ଏବେ ଧୀରେଧୀରେ ନକ୍ସଲଙ୍କର ପାଦୁର୍ଭାବ କମିବା ସହ ନକ୍ସଲ ସଂଗଠନ ମଧ୍ୟ ଦୁର୍ବଳ ହେବାକୁ ଲାଗିଛି।

WT

ମାଲକାନଗିରି: ସୀମାନ୍ତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନକ୍ସଲଙ୍କର ଦବଦବା ଗତ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିଲା। ଏବେ ଧୀରେଧୀରେ ନକ୍ସଲଙ୍କର ପାଦୁର୍ଭାବ କମିବା ସହ ନକ୍ସଲ ସଂଗଠନ ମଧ୍ୟ ଦୁର୍ବଳ ହେବାକୁ ଲାଗିଛି। ତେବେ ନକ୍ସଲଙ୍କୁ ଦମନ କରିବା ପାଇଁ ମାଲକାନଗିରି ସମେତ ଅନ୍ୟ ତିନୋଟି ରାଜ୍ୟରେ ବିଏସଏଫ, ସିଆରପିଏଫ, ଆଇଟିବିପି, ଡିଆରଜି, ଏସଟିଏଫ, ଗ୍ରେହାଉଣ୍ଡ, ଏସଓଜି, ଡିଭିଏଫ ଭଳି ବହୁ ବାଟାଲିୟନକୁ ମୁତୟନ କରାଯାଇଛି।

ଦୁର୍ଗମ ଅଂଚଳରେ ଯେତେବେଳେ କ୍ୟାମ୍ପ ପ୍ରତିଷ୍ଠା ହୁଏ ସେତେବେଳେ ସେହି କ୍ୟାମ୍ପଗୁଡିକରେ କିଛି ବୁଲା କୁକୁରଙ୍କର ଆଶ୍ରୟସ୍ଥଳୀ ପାଲଟିଯାଏ। ସେଠାରେ ହିଁ ଖାଇବା ପିଇବା ସହ ଯବାନ ସର୍ଚ୍ଚ ଅପରେସନରେ ବାହାରିଲେ ସେମାନଙ୍କ ସହ ଜଂଗଲକୁ ଯିବା ଏବଂ ସେମାନେ ଫେରିଲେ ସେମାନଙ୍କ ସହ ଫେରିବା। 

ଏହି ଚାରୋଟି ଜିଲ୍ଲାର ସମସ୍ତ ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ଦେଖିବାକୁ ମିଳେ। ଆିମେ ଏଠାରେ ଜଣେ ବାହାଦୁର କୁକୁର ,ଯାହାର ନାମ ‘କିଆ‘ ବିଷୟରେ କହିବାକୁ ଯାଉଛି। ଛତିଶଗଡର ବିଜାପୁର ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳ ମୁତଭେଣ୍ଡି ଠାରେ ଏକ ନୂତନ କ୍ୟାମ୍ପ ଗତ ୨୦୨୧ ମସିହାରେ ସ୍ଥାପିତ ହୋଇଥିଲା। ଏହି କ୍ୟାମ୍ପ ଆସିବା ପରେ ଏଠାରେ ମଧ୍ୟ କିଛି ବୁଲା କୁକୁର କ୍ୟାମ୍ପରେ ରହିବା ଏବଂ ଖାଇବା ସହ ଯବାନଙ୍କ ସହ ସାଙ୍ଗ ହୋଇଯାଇଥିଲେ।

ଯବାନ ଯେତେବେଳେ ବି ଜଂଗଲକୁ କୁମ୍ବିଂକୁ ଯାଇଥାନ୍ତି ,ସେତେବେଳେ ଏହି କୁକୁରମାନେ ମଧ୍ୟ ଯାଇଥାନ୍ତି। ତେବେ ଗତ ଡିସେମ୍ବର ମାସର ୨୪ ତାରିଖରେ ସ୍ଥାନୀୟ ଜଂଗଲରେ ସର୍ଚ୍ଚ ଅପରେସନ ଯବାନ ବାହାରିଥିବା ବେଳେ ଅନ୍ୟ କୁକୁରଙ୍କ ସହ କିଆ ମଧ୍ୟ ସାଥିରେ ଥିଲା। ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଆ ଯବାନଙ୍କ ଆଗରେ ଚାଲିଥିଲା। ତେବେ ଜଂଗଲର ମଧ୍ୟ ଭାଗରେ ହଠାତ୍ ଏକ ବିସ୍ଫୋରଣ ଶୁଭିଲା,ଯାହା ପ୍ରଚଣ୍ଡ ଶଦ୍ଦରେ ଜଂଗଲ କମ୍ପି ଉଠିଥିଲା।

ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ କିଆ ମୃତ୍ୟୁବରଣ କରିଥିଲା। ଏକ ବଡ ଧରଣର ଅଘଟଣରୁ ଯବାନମାନଙ୍କୁ କିଆ ରକ୍ଷା କରିଥିଲା। କିଆ ସହିଦ ହୋଇଥିଲେ ମଧ୍ୟ ବହୁ ଯବାନଙ୍କ ଜୀବନ ବଞ୍ଚାଇଥିବାରୁ କ୍ୟାମ୍ପ ନିକଟରେ କିଆର ଏକ ସ୍ମାରକି ତିଆରି କରି ଯବାନ ପ୍ରତିଦିନ ସେଠାରେ ସାଲୁଟ ମାରନ୍ତି। ଯବାନ ଆଜି ବି କିଆକୁ ଭୁଲିପାରିନାହାନ୍ତି। ଆଉ ତାହାର ଅବଦାନକୁ ଭୃୟସୀ ପ୍ରଶଂସା କରିଛନ୍ତି। ଆଜି ବି କିଆକୁ ଝୁରୁଛନ୍ତି ଯବାନ। ମନେ ପଡିଲେ ଯବାନଙ୍କ ଆଖି ଛଳ ଛଳ ହୋଇଯାଏ। ଏଠାରୁ ଦିନେ ଯବାନ ଫେରିଯିବେ,କିନ୍ତୁ କିଆର ବଳିଦାନକୁ ଯବାନ ସବୁଦିନ ପାଇଁ ମନେ ରଖିବେ ବୋଲି କହନ୍ତି। କିଆର ସ୍ମାରକି ତିଆରି କରି ତାର ବଳିଦାନକୁ ସବୁବେଳେ ମନେ ପକାଇବା ପାଇଁ ଏକ ପ୍ରୟାସ କରାଯାଉଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe