Meru jatra Photograph: (sambad.in)
ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ଶ୍ରୀଶ୍ରୀଶ୍ରୀ ମାଁ ରୁଦ୍ରକାଳୀଙ୍କ ପାରମ୍ପରିକ ଦଣ୍ଡ ଯାତ୍ରା ସହ ମେରୁଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି` ବର୍ଷା ଯୋଗୁଁ ଫିକା ପଡ଼ିଲା ଏହି ପର୍ବ। ଘଡ଼ଘଡ଼ି ବିଜୁଳି ସହ ପବନବହି ତୁହାକୁ ତୁହା ବର୍ଷା ଯୋଗୁଁ ଭକ୍ତମାନେ ସମସ୍ୟାରେ ପଡ଼ିଥିଲେ।
ଏହି ପାରମ୍ପରିକ ଦଣ୍ଡଯାତ୍ରା ଚଳିତ ମାସ ୧ ତାରିଖ ରାତିରୁ ଆରମ୍ଭ ହୋଇଥିବା ବେଳେ ରବିବାର ତାର ଉଦଯାପନୀ ଦିବସ, ଯାହା ମେରୁ ଯାତ୍ରା ନାମରେ ବିକ୍ଷାତ। ମାଁଙ୍କ ସହ ଅନନ୍ଦେଶ୍ୱର ମହାଦେବଙ୍କ ସେବା ନିମନ୍ତେ ୧୩ ଭୁକୁତା, ମାନସିକଧାରି ପଇତା ଦଣ୍ଡୁଆ ଭକ୍ତଙ୍କ ସହ ମନ୍ଦିରରୁ ବାହାରି ବିଭିନ୍ନ ଗ୍ରାମର ମାନସିକ ଧାରି ବିଭିନ୍ନ ଭକ୍ତଙ୍କ ନିକଟକୁ ଯାତ୍ରା କରି ଆଜି ଶେଷ ଦିନରେ ନିଜ ମନ୍ଦିରରେ ପୂଜା ପାଇଛନ୍ତି। ଆଜି ମାଁଙ୍କ ମେରୁଯାତ୍ରା ପୂର୍ବରୁ ସକାଳେ ମନ୍ଦିର ତରଫରୁ ଠାକୁର ଓ ମାଁଙ୍କୁ ବରଣ କରି ଅଣାଯିବା ପରେ ଅପରାହ୍ନ ରେ କାଳୀ ମନ୍ଦିର ପଡ଼ିଆରେ ୧୬ ଦଣ୍ଡ ଅନୁଷ୍ଠିତ ହୋଇଥିଲା।
ଧୂଳି ଦଣ୍ଡ ପରେ ଠାକୁରଙ୍କ ସନ୍ଧ୍ୟା ସ୍ନାନ ସରିବା ପରେ ମନ୍ଦିରରେ ଝାମୁଁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଝାମୁଁ ପୂଜା କରାଯିବା ପରେ ସମସ୍ତ ଉପାସିଆ ଶ୍ରଦ୍ଧାଳୁ ମାଁଙ୍କ ପାଦୁକା ସାରି ଉପବାସ ଭାଙ୍ଗି ଥିଲେ। ହଜାର ହଜାର ଭକ୍ତଙ୍କ ସମାଗମରେ ମନ୍ଦିର ଓ ସ୍ଥାନୀୟ ସହର ଚଳ ଚଞ୍ଚଳ ଥିବା ଦେଖିବାକୁ ମିଳିଥିଲା। ପାରମ୍ପରିକ ଦଣ୍ଡଯାତ୍ରାରେ ୧୩ ଦିନି ଧରି କଠିନ ଦଣ୍ଡ ବିଧାନ ସହ ଠାକୁରଙ୍କ ସେବା କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଥିଲା। ରାତିରେ ପାରମ୍ପରିକ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା।
ଚଳିତ ବର୍ଷ ମାଁଙ୍କ ଦଣ୍ଡଯାତ୍ରା ଶାନ୍ତିଶୃଙ୍ଖଳାର ସହ ସରିଥିବା ଦେଖିବାକୁ ମିଳିଛି।ମେରୁ ଯାତ୍ରା ଜନଗହଳିକୁ ଆଖି ଆଗରେ ସ୍ଥାନୀୟ ପୁଲିସ ପକ୍ଷରୁ ଟ୍ରାଫିକ ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ସମେତ ସମସ୍ତ ପୁଲିସ ଅଫିସର ଏବଂ ଫୋର୍ସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ବ୍ୟବସ୍ଥା କରିଥିଲେ।
Kandhamal
Follow Us