କେରଳରେ ଆଖି ବୁଜିଲେ ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକ, ପୁରୀ ସ୍ବର୍ଗଦ୍ବାରରେ ହେଲା ଅନ୍ତିମ ସଂସ୍କାର

ଭଦ୍ରକ ସଦର ବ୍ଲକର କେଶପୁର ପାଣିଭଣ୍ଡାର ଗ୍ରାମର ଇତିଶ୍ରୀ ମଲ୍ଲିକ ପ୍ରବାସୀ ଶ୍ରମିକ ଭାବରେ କେରଳର ଏକ କମ୍ପାନିରେ କାମ କରୁଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

BDK

ଭଦ୍ରକ: ଭଦ୍ରକ ସଦର ବ୍ଲକର କେଶପୁର ପାଣିଭଣ୍ଡାର ଗ୍ରାମର ଇତିଶ୍ରୀ ମଲ୍ଲିକ ପ୍ରବାସୀ ଶ୍ରମିକ ଭାବରେ କେରଳର ଏକ କମ୍ପାନିରେ କାମ କରୁଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ତାଙ୍କର ମୃତ ଶରୀରର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ଭଉଣୀ ମାମାଲି ମଲ୍ଲିକ ଓ ଉପସ୍ଥିତ ଥିବା ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶବ ସତ୍କାର କରାଯାଇଥିଲା।

ଆଜି ତାଙ୍କର ମୃତ ଶରୀରର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ଭଉଣୀ ମାମାଲି ମଲ୍ଲିକ ଓ ଉପସ୍ଥିତ ଥିବା ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶବ ସତ୍କାର କରାଯାଇଥିଲା।

ଇତିଶ୍ରୀଙ୍କ ମୃତ୍ୟୁ ପରେ କେରଳରୁ ଓଡ଼ିଶା ସରକାରଙ୍କୁ ଖବର ଦିଆଯାଇଥିଲା। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶ ଓ ଭଦ୍ରକ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ପ୍ରେମ ମଞ୍ଜରୀ ନାୟକଙ୍କ ପ୍ରଚେଷ୍ଟାରେ ସହକାରୀ ଶ୍ରମ ଅଧିକାରୀ ସଂଜିତ କୁମାର ଦେଓ ଓ ସୁରେନ୍ଦ୍ର ବିକ୍ରମ ଜେନାଙ୍କ ପ୍ରୟାସରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱରରେ ଉପସ୍ଥିତିରେ ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ଥାନତର କରାଯାଇଥିଲା। ଏହି ଅବସରରେ ଶ୍ରମ ବିଭାଗର ପ୍ରବାସୀ ଶ୍ରମିକ ସହାୟତା ପାଣ୍ଠି ତରଫରୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଅଗ୍ରୀମ ୪୯୫୦୦/- ଟଙ୍କ। ସହାୟତା ରାଶି ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଓ ଭଦ୍ରକ ଶ୍ରମ ବିଭାଗ ଉପସ୍ଥିତିରେ ଏହି ସବୁ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। 

Women's

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe