ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆମପାଲି ଗାଁର ନର୍ମଦା ସୁନା (୫୨) ଦାଦନ ଖଟିବାକୁ ଯାଇ ଗତକାଲି ରାତିରେ ଆଖିବୁଜିଥିବା ଜଣାପଡ଼ିଛି। କିଛି ମାସ ହେଲା ପରିବାର ସହ ନିଜ ଭିଟାମାଟି ଛାଡ଼ି ତାମିଲନାଡୁ ରାଜ୍ୟର ତିରପୁର ଜୟଚିତ୍ରା ବେନୀୟନ୍ କମ୍ପାନୀରେ କାମ କରୁଥିଲେ ସେ I ଗତକାଲି କମ୍ପାନୀରେ କାମସାରି ଵାସଗୃହକୁ ଫେରୁଥିବା ସମୟରେ ତାଙ୍କ ଆକସ୍ମିକ ଭାବେ ରାସ୍ତାରେ ମୁତ୍ୟୁ ଘଟିଥିଲା I ଫଳରେ ନିଜ ଜନ୍ମସ୍ଥାନକୁ ଶବକୁ ଆଣିବା ପାଇଁ ହାତରେ ଅର୍ଥ ନଥିବାରୁ ଶବ ଘରକୁ ଆସିପାରୁନାହି I
ସୁବର୍ଣ୍ଣପୁର ଶ୍ରମ ଅଧିକାରୀ ଡିଲେଶ୍ବର ଖାଖାଙ୍କୁ ପଚରାଯିଵାରୁ ଖଵର ପାଇଁ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀଙ୍କୁ ତଦନ୍ତ ପାଇଁ ପଠାଯାଇଛି। ତଦନ୍ତ କରି ଫେରିଲାପରେ ସମସ୍ତ ତଥ୍ୟ ଜାଣି ହେବ ବୋଲି ସେ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ତାମିଲନାଡ଼ୁ ରାଜ୍ୟର ନାଲିଗୋଣ୍ଡୁର ଜିଲ୍ଲା ନାଲୋର ଥାନା ତିରପୁର ମେଡିକାଲରେ ମୃତଦେହ ରହିଛି Iତେବେ ପରିବାର ଲୋକେ ପ୍ରଶାସନକୁ ତାମିଲନାଡୁରୁ ଶବକୁ ଘରକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି। ମୃତକଙ୍କ ଦିଅର ସୁଧୀର ସୁନା ସବିନୟ ଅନୁରୋଧ କରିଛନ୍ତିI
ଏନେଇ ସୁବର୍ଣ୍ଣପୁର ଶ୍ରମ ଅଧିକାରୀ ଡିଲେଶ୍ବର ଖାଖାଙ୍କୁ ପଚରାଯିଵାରୁ ଖଵର ପାଇଁ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀଙ୍କୁ ତଦନ୍ତ ପାଇଁ ପଠାଯାଇଛି। ତଦନ୍ତ କରି ଫେରିଲାପରେ ସମସ୍ତ ତଥ୍ୟ ଜାଣି ହେବ ବୋଲି ସେ ପ୍ରକାଶ କରିଛନ୍ତି।
Follow Us