ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

zxc

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କଣ୍ଟିଲୋ ନୀଳମାଧବଙ୍କ ପୁଷ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଖଣ୍ଡପଡ଼ା ଅଭିମୁଖେ ଫେରୁଥିଲେ। ତେବେ କଣ୍ଟିଲୋରୁ ଖଣ୍ଡପଡ଼ା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାରେ ଥିବା ବରକୋଳି ଛକ ନିକଟରେ ଏକାଧିକ ବାଲି ବୋଝେଇ ହାଇୱା ଦେଖି ସନ୍ଦେହ କରିବା ସହିତ ଏହାକୁ ଅଟକାଇଥିଲେ। ମାତ୍ର ଆଳୁ ଖୋଳୁ ଖୋଳୁ ମହାଦେବ ନ୍ୟାୟରେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା। ଉକ୍ତ ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି। ତେବେ ଜବତ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ିଗୁଡ଼ିକର କେ ଫର୍ମ ନଥିବା ବେଳେ କେଉଁଠିକୁ ଏହା ଚାଲାଣ ହେଉଥିଲା ସ୍ପଷ୍ଟ ହୋଇନି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କଣ୍ଟିଲୋ ନୀଳମାଧବଙ୍କ ପୁଷ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଖଣ୍ଡପଡ଼ା ଅଭିମୁଖେ ଫେରୁଥିଲେ। ତେବେ କଣ୍ଟିଲୋରୁ ଖଣ୍ଡପଡ଼ା ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାରେ ଥିବା ବରକୋଳି ଛକ ନିକଟରେ ଏକାଧିକ ବାଲି ବୋଝେଇ ହାଇୱା ଦେଖି ସନ୍ଦେହ କରିବା ସହିତ ଏହାକୁ ଅଟକାଇଥିଲେ। ମାତ୍ର ଆଳୁ ଖୋଳୁ ଖୋଳୁ ମହାଦେବ ନ୍ୟାୟରେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା। ଉକ୍ତ ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି। ତେବେ ଜବତ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ିଗୁଡ଼ିକର କେ ଫର୍ମ ନଥିବା ବେଳେ କେଉଁଠିକୁ ଏହା ଚାଲାଣ ହେଉଥିଲା ସ୍ପଷ୍ଟ ହୋଇନି।

ସାଙ୍ଗରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ତହସିଲଦାର ବିଶ୍ଵବିଶୃତ ତ୍ରିପାଠୀ ତଥା ସ୍ଥାନୀୟ ପୁଲିସ ଥିଲେ। ସେହିପରି ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଗାଡ଼ିଗୁଡିକୁ ଜବତ କରିବା ସହିତ ପୁଲିସ ଓ ଖଣି ବିଭାଗ ଜିମା ଦେଇଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe