ବଳଙ୍ଗା ପୀଡ଼ିତାଙ୍କୁ ନେଇ ବିରୋଧୀ କେବଳ ହୋହାଲ୍ଲା କରୁଛନ୍ତି: ମନ୍ତ୍ରୀ

ପୁରୀ ଜିଲ୍ଲା ବଳାଙ୍ଗା ପୀଡ଼ିତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ଏହି ମାମଲାକୁ ନେଇ ବୟାନ ବାଜି ଜାରି ରଖିଛନ୍ତି।

New Project (26)

ଭୁବନେଶ୍ବର: ପୁରୀ ଜିଲ୍ଲା ବଳାଙ୍ଗା ପୀଡ଼ିତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ଏହି ମାମଲାକୁ ନେଇ ବୟାନ ବାଜି ଜାରି ରଖିଛନ୍ତି। ବିରୋଧୀଙ୍କ ଟାର୍ଗେଟକୁ ନେଇ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାଉଣ୍ଟର କରିଛନ୍ତି।  

ବଳଙ୍ଗା ଘଟଣାରେ ବିରୋଧୀଙ୍କୁ କଡ଼ା କାଉଣ୍ଟର ସହ ଶ୍ରୀ ମଲ୍ଲିକ କହିଛନ୍ତି, ବିରୋଧୀ ଅଯଥା ରାଜନୀତି କରୁଛନ୍ତି। ବିରୋଧୀ କେବଳ ହୋହାଲ୍ଲା କରୁଛନ୍ତି। ଲୋକଙ୍କ ପାଖରୁ ବିରୋଧୀମାନେ ପ୍ରତ୍ୟାଖିତ ହୋଇସାରିଲେଣି। ସେମାନଙ୍କ ଶାସନ ସମୟର ଅନେକ ଉଦାହରଣ ଅଛି। କିନ୍ତୁ ବିଜେପି ଏଭଳି ଘଟଣାରେ ରାଜନୀତି କରିବାକୁ ଚାହୁଁନାହିଁ। ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ଆଜି ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ ସରକାର ଯୋଗାଇ ଦେଇଛନ୍ତି। ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ମଧ୍ୟ ତଦନ୍ତ କରାଯାଉଛି।  

ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଜାରି ଥିବା ‌ବେଳେ ଶନିବାର ରାତିରେ ଏମ୍ସ ଭୁବନେଶ୍ବର ପରିସରରେ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାରାବାଜି ସହ ୩ଦଳ କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଦସ୍ୟ ତାଳି ମାରି ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଥିଲା। ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶନିବାର ରାତିରୁ ଏମ୍ସ ବର୍ଣ୍ଣ ସେଣ୍ଟର ଓ ଏହାର ଚାରିପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଏନଏସ ୧୬୩ ଧାରା ଜାରି କରାଯାଇଥିଲା। 

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

BJD | BJP | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe