ପ୍ରକୃତରେ ଯିଏ ଗରିବ, ତାଙ୍କର ରାସନ କାର୍ଡ କଟାଯିବନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାସନ କାର୍ଡ କଟାଯିବା ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ | ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର |

ଅଦ୍ୟତନ ହୋଇଛି
zx

ଭୁବନେଶ୍ୱର: ରାସନ କାର୍ଡ କଟାଯିବା ପ୍ରସଙ୍ଗରେ ଆଜି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ | ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର | ଏନେଇ ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଫିଜିକାଲ ଭେରିଫିକେସନ ପରେ ନିଷ୍ପତ୍ତି ନିଆଯିବ, ରାସନ କାର୍ଡ କଟିବ କି ନାହିଁ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆହୁରି କହିଛନ୍ତି, ଇନକମ ଟାକ୍ସ ପାଇଁ ଯଦି ରାସନ କାର୍ଡ କଟିଥାଏ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | ଯଦି କଟିଛି, ବିଭାଗକୁ ଜଣାନ୍ତୁ | ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ | ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଟଙ୍କା ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି | ଆମେ ଦେଖୁଛୁ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ | ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ। ଅଭିଯୋଗ ଆସୁଛି, ଯେଉଁମାନେ ଆୟକର ଫାଇଲ କରୁଛନ୍ତି କାର୍ଡ କଟି ଯାଉଛି କିନ୍ତୁ କାହାର କାର୍ଡ କାଟିବନି | ଅଧିକାରୀମାନଙ୍କ ପାଖକୁ ତାଲିକା ଯାଇଛି, ସେମାନେ ଡୋର ଟୁ ଡୋର ବୁଲି ଦେଖିବେ | କାହାର ଆୟ କେତେ ତାପରେ କାର୍ଡ କଟିବ | ଆଜି ବି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ | ପ୍ରକୃତରେ ଯିଏ ଗରିବ ଥିବେ ତାଙ୍କର କାର୍ଡ ରହିବ | ଧନୀ ଲୋକ ହାତେଇ ଥିଲେ କଟିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe