ନିଜ ଜିଲ୍ଲାରେ ଯୋଗାଣ ମନ୍ତ୍ରୀଙ୍କୁ ରାସ୍ତାରେ ପଥର ରଖି ଘେରିଲେ ଶତାଧିକ ଲୋକ

ଏକ କ୍ରସର୍‌ ଯୋଗୁଁ ବେଲମାଳିଆ, କଷ୍ଟିପାଳ ଓ ଶ୍ରୀମନ୍ତପୁରର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମଖୀନ ହେଉଛନ୍ତି। ଅଞ୍ଚଳର ପ୍ରଦୂଷିତ ହେବା ସହିତ ଘର କାନ୍ଥ ଫାଟି ଯାଉଛି। ଏହାକୁ ନେଇ ଲୋକମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଛନ୍ତି।

kp

ଗଁଦିଆ/ଢେଙ୍କାନାଳ: ଗଁଦିଆ ବ୍ଲକ୍‌ ଅନ୍ତର୍ଗତ ବେଗା ଗ୍ରାମପଞ୍ଚାୟତର ପାଞ୍ଚକେନ୍ଦୁ ଗାଁ କୋଠାଘରଠାରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଜନଅଭିଯୋଗ ଶୁଣାଣି ଶିବିର ଥିଲା। ସେଠାରେ ସେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସବୁ ସମସ୍ୟା ଶୁଣି ମନ୍ତ୍ରୀ ସମସ୍ତ ଅଭିଯୋଗର ସମାଧାନ ପ୍ରତିଶ୍ରୁତି ଦେଇଥିଲେ। କେତେକ ଅଭିଯୋଗର ସମାଧାନ ମଧ୍ୟ କରିଥିଲେ। ଶିବିର ଶେଷ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ର ଢେଙ୍କାନାଳ ଫେରୁଥିବା ବେଳେ ନିହଲପ୍ରସାଦ ଥାନା ବେଲମାଳିଆଠାରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ଫଳର ମନ୍ତ୍ରୀଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କୁ ରାସ୍ତାରେ କିଛି ସମୟ ଅଟକି ରହିବାକୁ ପଡ଼ିଥିଲା। ତେବେ ପୁଲିସ ଲୋକମାନଙ୍କୁ ବୁଝାସୁଝା କରିଥିଲା। ମନ୍ତ୍ରୀ ମଧ୍ୟ ସମସ୍ୟା ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତାରୁ ପଥର ହଟାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ କ୍ରସର୍‌ ଯୋଗୁଁ ବେଲମାଳିଆ, କଷ୍ଟିପାଳ ଓ ଶ୍ରୀମନ୍ତପୁରର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମଖୀନ ହେଉଛନ୍ତି। ଅଞ୍ଚଳର ପ୍ରଦୂଷିତ ହେବା ସହିତ ଘର କାନ୍ଥ ଫାଟି ଯାଉଛି। ଏହାକୁ ନେଇ ଲୋକମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଛନ୍ତି। ମାତ୍ର କିଛି ଫଳ ମିଳୁ ନଥିଲା। ଗତ ନିର୍ବାଚନ ସମୟରେ ସ୍ଥାନୀୟ ଲୋକମାନେ କ୍ରସର୍‌ ଉଠାଇବା ନେଇ ଦାବି ରଖିଥିଲେ।

ନିର୍ବାଚନରେ ଜିତିବା ପରେ ଏହି ସମସ୍ୟା ଦୂର କରାଯିବ ବୋଲି ସେତେବେଳେ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିବା ଲୋକମାନେ କହିଛନ୍ତି। ମାତ୍ର ବିଜେପି ସରକାର କରିବାର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ସମସ୍ୟା ସମାଧାନ ନହେବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ବେଗା ପଞ୍ଚାୟତରୁ ଜନଶୁଣାଣି ଶିବିରରୁ ମନ୍ତ୍ରୀ ଶ୍ରୀ ପାତ୍ର ଫେରୁଥିବା ବେଳେ ବେଲମାଳିଆଠାରେ ଲୋକମାନେ ମନ୍ତ୍ରୀଙ୍କୁ ରାସ୍ତା ଉପରେ ପଥର ରଖି ଅଟକାଇଥିଲେ। ଲୋକମାନେ ରାସ୍ତାରେ ବସିରହି ନିଜର ଅସନ୍ତୋଷ ଜାହିର କରିଥିଲେ। ଏହି କ୍ରସର୍‌କୁ କେବେ ହଟାଯିବ ବୋଲି ପ୍ରଶ୍ନ କରିଥିଲେ। ଫଳରେ ମନ୍ତ୍ରୀ ଶ୍ରୀ ପାତ୍ର ରାସ୍ତା ଉପରେ କଛି ସମୟ ଅଟକି ରହିଥିଲେ। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତାରୁ ହଟିଥିଲେ।

ଏ ନେଇ ନିହଲପ୍ରସାଦ ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକ କହିଛନ୍ତି, ମନ୍ତ୍ରୀ ଶ୍ରୀ ପାତ୍ର ଫେରୁଥିବା ବେଳେ ଲୋକମାନେ କିଛି ସମୟ ଅଟକାଇ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ସେମାନେ ରାସ୍ତାରୁ ହଟିଯାଇଥିଲେ।

Dhenkanal | krushna chandra patra 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe