ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଥମ ରାଉରକେଲା ଗସ୍ତ

ରାଉରକେଲାରେ ପହଞ୍ଚିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ ହକି କ୍ରୀଡ଼ାବିତଙ୍କ ସହ ମତବିନିମୟ କରିବେ। ଏହାପରେ ପାନାପୋଷ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ରାଉରକେଲା କଲେଜର ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି।

ସୗଯଂ

ରାଉରକେଲା: ରାଉରକେଲାରେ ପହଞ୍ଚିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ ସୋମବାର ରାତିରେ ସହରରେ ପହଞ୍ଚିବାପରେ ରାଉରକେଲା ହାଉସରେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। 

ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ପ୍ରଥମେ ବିର୍ସା ମୁଣ୍ଡ ହକି ଷ୍ଟାଡିୟମକୁ ଯାଇ ହକି କ୍ରୀଡ଼ାବିତଙ୍କ ସହ ମତବିନିମୟ କରିବେ। ଏହାପରେ ପାନପୋଷ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ରାଉରକେଲା କଲେଜର ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଜଗାଙ୍ଗପୁର, ସୁନ୍ଦରଗଡ଼ ଦେଇ ସମ୍ବଲପୁର ଅଭିମୁଖେ ବାହାରିବେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe