Nityananda Gand Photograph: (sambad.in )
ନବରଙ୍ଗପୁର: ନବରଙ୍ଗପୁର ବ୍ଲକର ଚନ୍ଦାହାଣ୍ଡି ଠାରେ ନିର୍ମାଣାଧୀନ ଥିବା ଭିନ୍ନକ୍ଷମ୍ ମାନସିକ ଅନଗ୍ରସର ଓ ବୃଦ୍ଧ ବୃଦ୍ଧାଙ୍କ ଥଇଥାନ ନିମନ୍ତେ ଅନ୍ତେବାସୀ ଗୃହ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟର ମାନ ତଦାରଖ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିତ୍ୟାନନ୍ଦ ଗଣ୍ଡ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ବିଦ୍ୟୁତ୍ ଓ ପାଣି ସଂଯୋଗର ବ୍ୟବସ୍ଥା ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶଯୋଗ୍ୟ କି ନିର୍ମାଣାଧିନ ଅନ୍ତେବାସୀ ଗୃହଟି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ଵାରା ନିର୍ମାଣାଧୀନ। ୨୫ ଏକର ଜମିରେ ୨୯ କୋଟି ଅନୁଦାନରେ ନିର୍ମାଣ ଜାରି ରହିଛି। ଏଠାରେ ୪୦୦ ଅନ୍ତେବାସୀଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗ କେନ୍ଦ୍ର ସହ ଖାଦ୍ୟପେୟର ବ୍ୟବସ୍ଥା ଉପଲବ୍ଧ କରାଯିବ। ମନ୍ତ୍ରୀଙ୍କ ଗସ୍ତ ସମୟରେ ପି.ଏ ଆଇ ଟି ଡି ଏ ରାଜୀବ କୁମାର ସାହୁ, ଜିଲ୍ଲାସମାଜ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲ୍ଲାକା, ପି.ଡବ୍ଲୁ.ଡି ଏସ.ଡି. ଓ କନିଷ୍ଠ ଯନ୍ତ୍ରୀ, ସମାଜସେବୀ ଜଗନ୍ନାଥ ମହାପାତ୍ର, ମାନସ ରଞ୍ଜନ ଦାସ, ଦେବଦାସ ମହାଙ୍କୁଡ଼, ପିଣ୍ଟୁ ମିଶ୍ର, ମିଲୁ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Nabarangpur
Follow Us