ନଦୀରେ ଗାଧୋଇବା ବେଳେ ନାବାଳକ ମୃତ, ୨ ସାଙ୍ଗ ଉଦ୍ଧାର

Advertisment

ଭରା ନଦୀରେ ସାଙ୍ଗ ହୋଇ ଗାଧୋଇବା ବେଳେ ଅଘଟଣ ଘଟିଛି। ସୁବର୍ଣ୍ଣରେଖା ନଦୀରେ ଜଣେ ନାବାଳକ ବୁଡ଼ିଯାଇଛି। ଅନ୍ୟ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ସର୍ଦ୍ଦାରସାହିରେ ଏହି ଅଘଟଣ ଘଟିଛି। ମୃତ ନାବାଳକ ହେଲା ତାପସ ରଣା।

drawn

ବାଲିଆପାଲ: ସୁବର୍ଣ୍ଣରେଖା ନଦୀରେ ଗୋଧୋଇବା ବେଳେ ଜଣେ ନାବାଳକ ବୁଡ଼ିଯାଇଛି। ଅନ୍ୟ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ସର୍ଦ୍ଦାରସାହିରେ ଏହି ଅଘଟଣ ଘଟିଛି। ମୃତ ନାବାଳକ ହେଲେ ତାପସ ରଣା।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ସର୍ଦ୍ଦାରସାହିର ସୁବାସ ରଣାଙ୍କ ସାନପୂଅ ତାପସ ରଣା ଅନ୍ୟ ୨ ଜଣ ସାଙ୍ଗଙ୍କ ସହିତ ଆଜି ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ। ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ନଦୀର ଜଳସ୍ରୋତ ବଢୁଥିବାରୁ ସମସ୍ତେ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe