ମୋବାଇଲ ଫୋନ୍‌ ପାଇଁ ଜୀବନ ହାରିଲା ନାବାଳକ

ଝାଡ଼ଖଣ୍ଡରେ ରହୁଥିବା ନିଜ ବିଧବା ମା’ଙ୍କୁ ମୋବାଇଲ ଫୋନ୍‌ କିଣିଦେବା ଘଟଣାରେ ନିରାଶ ହୋଇ ଜଣେ ନାବାଳକ ଜୀବନ ହାରିବା ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳ ତୋରାଣିପୋଖରୀ ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଢେଙ୍କିକୋଟ: ଝାଡ଼ଖଣ୍ଡରେ ରହୁଥିବା ନିଜ ବିଧବା ମା’ଙ୍କୁ ମୋବାଇଲ ଫୋନ୍‌ କିଣିଦେବା ଘଟଣାରେ ନିରାଶ ହୋଇ ଜଣେ ନାବାଳକ ଜୀବନ ହାରିବା ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳ ତୋରାଣିପୋଖରୀ ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି।

ଖବରରୁ ପ୍ରକାଶ ଯେ ଝାଡ଼ଖଣ୍ଡ ତାନ୍ତନଗର ଥାନା ଇଲ୍ଲିଗଡ ଗ୍ରାମର ସ୍ଵଗତ ଅମରସିଂହଙ୍କ ପୁଅ ମଙ୍ଗିଲାଲ ଜଙ୍କ (୧୧) ନିଜ ସମ୍ପର୍କୀୟଙ୍କ ଘର ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ତୋରାଣିପୋଖରୀ ଗ୍ରାମରେ ଆସି ରହୁଥିଲେ। ଏଠାରେ ରହି ସେ ପାଠ ପଢ଼ିଥାନ୍ତେ।

ତେବେ ଗତ ସପ୍ତାହରେ ସେ ଫୋନ ଯୋଗେ ଝାଡ଼ଖଣ୍ଡରେ ରହୁଥିବା ନିଜ ମା’ଙ୍କୁ ମୋବାଇଲ କିଣି ଦେବା ପାଇଁ କହିଥିଲେ। ଏବେ ଟଙ୍କା ନାହିଁ ପରେ ଟଙ୍କା ହେଲେ କିଣି ଦେବେ ବୋଲି ମା’ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାଳକ ଜଣକଙ୍କ ମନ ବୁଝିନଥିଲା। 

ଗତକାଲି ସନ୍ଧ୍ୟାରେ ସେ ମନୀଷା ଗାଗରାଇଙ୍କ ଘର ପଛପଟ ଆମ୍ବ ଗଛରେ ପ୍ଲାଷ୍ଟିକ ରଶି ବେକରେ ବାନ୍ଧି ଝୁଲିପଡ଼ିଥିଲେ। ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଘଟଗାଁ ଥାନା ଅପମୃତ୍ୟୁ ମାମଲା ୫୧/୨୦୨୪ ମୂଳେ ଆଜି ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ କେନ୍ଦୁଝରରେ ମୃତକର ଶବ ବ୍ୟବଚ୍ଛେଦ କରାଇ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe