ଚଳନ୍ତା ଟ୍ରେନରୁ ଖସିପଡ଼ିଲା ନାବାଳକ, ସଫଳତାର ସହ ଉଦ୍ଧାର ‌କଲା ଆରପିଏଫ୍‌

Advertisment

ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ୧୦ ବର୍ଷର ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛି। ପୂର୍ବତଟ ରେଳବାଇର ରେଳ ସୁରକ୍ଷା ବଳ (ଆରପିଏଫ୍) ଟିମ୍ ସଫଳତାର ସହ ବାଳକକୁ ଉଦ୍ଧାର କରିଛନ୍ତି। ପରେ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ୧୦ ବର୍ଷର ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛି। ପୂର୍ବତଟ ରେଳବାଇର ରେଳ ସୁରକ୍ଷା ବଳ (ଆରପିଏଫ୍) ଟିମ୍ ସଫଳତାର ସହ ବାଳକକୁ ଉଦ୍ଧାର କରିଛନ୍ତି। ପରେ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

Rairakhol

ରେଢ଼ାଖୋଲ: ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ୧୦ ବର୍ଷର ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛି। ପୂର୍ବତଟ ରେଳବାଇର ରେଳ ସୁରକ୍ଷା ବଳ (ଆରପିଏଫ୍) ଟିମ୍ ସଫଳତାର ସହ ବାଳକକୁ ଉଦ୍ଧାର କରିଛନ୍ତି। ପରେ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ବଲପୁର ଆର୍‌ପିଏପଫ ପକ୍ଷରୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଶିଶୁପୁତ୍ର ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ମାନସ ହୋତାଙ୍କ ପୁଅ ପ୍ରୀତିଶ ପ୍ରଜ୍ଞା। 


ସୂଚନା ଅନୁଯାୟୀ ଟ୍ରେନ୍‌ ନମ୍ବର ୧୮୪୨୬ (ପୁରୀ-ଦୁର୍ଗ ଏକ୍ସପ୍ରେସ୍‌)ରେ ବାପା-ମା’ଙ୍କ ସହିତ ପ୍ରୀତିଶପ୍ରଜ୍ଞା ଗତକାଲି ଭୁବନେଶ୍ବର ଯାଉଥିଲେ।  ବାପା-ମା’ ଶୋଇଥିବାବେ​ଳେ ପ୍ରୀତିଶ ଟ୍ରେନ ଭିତରେ ବୁଲାବୁଲି କରୁଥିଲା। ଅସାବଧାନତାବଶତଃ ବଗିର ଗେଟ ନିକଟକୁ ଚାଲି ଆସିଥିଲେ। ସେଠାରୁ ସେ ଚଳନ୍ତା ଟ୍ରେନରୁ ଖସିପଡ଼ିଲା।

ରେଢ଼ାଖୋଲ ରେଳଷ୍ଟେସନର ୪ କିମି ଦୂରରେ ଅଙ୍ଗରାପୋଡ଼ା ଗ୍ରାମ ନିକଟରେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ସେଇ ପାଖ ଦେଇ ଏକ ମାଲଗାଡ଼ି ଯାଉଥିଲା। ଶିଶୁପୁତ୍ରଟି ରେଳଧାରଣା କଡ଼ରେ ପଡ଼ିଥିବା ମାଲଗାଡ଼ିର ଡ୍ରାଇଭର ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଏ ସମ୍ପର୍କରେ ରେଢ଼ାଖୋଲ ରେଳଷ୍ଟେସନକୁ ଖବର ଦେଇଥିଲେ। ଖବର ପାଇ ରେଢ଼ାଖୋଲ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ପ୍ରୀତିଶଙ୍କୁ ଉଦ୍ଧାର କରିଥିଲା। ସେ ସାମାନ୍ୟ ଆହତ ହୋଇଥିବାବେଳେ ତାକୁ ରେଢ଼ାଖୋଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଏପଟେ ପୁଅକୁ ବଗିସାରା ଖୋଜି ବାପା-ମା’ ଚିନ୍ତିତ ହୋଇ ପଡ଼ିଥିଲେ। ଢେ଼ଙ୍କାନାଳ ରେଳଷ୍ଟେସନରେ ଟ୍ରେନ ରହିବା ପରେ ପ୍ରୀତିଶଙ୍କ ବାପା ଟ୍ରେନରୁ ଓହ୍ଲାଇ ୧୩୯ରେ ଆରପିଏଫ ହେଲପ୍‌ଲାଇନକୁ ଯୋଗାଯୋଗ କରିଥିଲେ। ଆରପିଏଫ ପକ୍ଷରୁ ପୁଅ ରେଢ଼ାଖୋଲ ଡାକ୍ତରଖାନାରେ ଥିବା ସୂଚନା ଦିଆଯାଇଥିଲା।  ବାପା-ମା’ ଆସି ପୁଅଙ୍କୁ ସାଙ୍ଗରେ ନେଇ ଫେରିଥିଲେ।

ଏହି ଖବର ପଢ଼ନ୍ତୁ: ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe