ବିଷମ କଟକ: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ରାମକ୍ରିଷ୍ଣ ମିଶନ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବା ଫଳରେ ୫ ବର୍ଷ ନାବାଳକମୃତ୍ୟୁ ଘଟିଥିବା ବେଳେ ବାପା ମା ଗୁରତର ହୋଇଛନ୍ତି। 

Advertisment

ଗୁରୁତର ବାପା ମା ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି

ସୂଚନା ଅନୁଯାୟୀ, ମୁନିଗୁଡ଼ା ଥାନା ଅନ୍ତର୍ଗତ ଡାଲିଆକୁଜି ଗ୍ରାମର ଯଦୁ ଶଗଡ଼ିଆ, ସାବିତ୍ରୀ ଶଗଡ଼ିଆ ଓ ତାଙ୍କର ୫ ବର୍ଷର ନାବାଳକ ପୁତ୍ର ତାପସ ଶଗଡ଼ିଆ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଘଟଣା ସ୍ଥଳରେ ୫ ବର୍ଷର ନାବାଳକ ପୁତ୍ର ତାପସଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଗୁରୁତର ବାପା ମାଙ୍କୁ ଉଦ୍ଧାର କରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ତେବେ ଘଟଣା ସ୍ଥଳରେ ମୁନିଗୁଡ଼ା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ:Naveen Pattnaik Bjp Anil Biswal: ନବୀନ ପଟ୍ଟନାୟକ କୁହନ୍ତୁ ବେଇମାନ କିଏ: ପ୍ରଶ୍ନ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ମନର କଥା କହିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ