ହାଇଓ୍ବାକୁ ପଛ ପଟୁ ପିଟିଲା ବାଇକ୍: ନାବାଳକ ମୃତ, ୩ ଗୁରୁତର

ଲରମ୍ଭା ଥାନା ବାଘମୁଣ୍ଡ ଗାଁକୁ ଗୋଟିଏ ବାଇକରେ ୪ଜଣ ଯାଉଥିଲେ। ଯିବା ବାଟରେ ଘସିଏନ ଓ ଲରମ୍ଭା ମଧ୍ୟରେ ବାଇକ୍ ଭାରସାମ୍ୟ ହରାଇ ଏକ ହାଇଓ୍ବାକୁ ପିଟି ଦେଇଥିଲା। ଫଳରେ ବାଇକରେ ବସିଥିବା ଏକ ନାବାଳକର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Dead

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ନାବାଳକ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମା’ ଗୁରୁତର ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ, ଲରମ୍ଭା ଥାନା ବାଘମୁଣ୍ଡ ଗ୍ରାମର ଭୀମ ବରିହା ତାଙ୍କ ଶ୍ବଶୁରଘର ପାଟଣାଗଡ଼ ବ୍ଲକ୍‌ ବିଲେଇସାଥୀ ଗ୍ରାମରେ ରହୁଛନ୍ତି।

ରବିବାର ସକାଳେ ଭୀମ ଏକ ବାଇକ୍‌ରେ ସ୍ତ୍ରୀ ଚନ୍ଦ୍ରିକା, ପୁଅ ଚିରଞ୍ଜିତ ଓ ସମ୍ପର୍କୀୟ ଶାଳକ ଯୁଗଳ ବରିହା ସହ ଲରମ୍ଭା ନିକଟ ସଁକ୍ରିପାଲି ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିଲେ। ଯୁଗଳ ବାଇକ୍‌ ଚଳାଉଥିଲେ।

ଏହି ସମୟରେ ଘସିଏନ- ଲରମ୍ଭା ରାସ୍ତାରେ ଏକ ବାଲିବୋଝେଇ ହାଇଓ୍ବା (ଓଡି ୦୩ ଏଏ ୪୧୨୦) ହଠାତ୍ ବ୍ରେକ୍ ମାରିଦେବାରୁ ବାଇକ୍‌ଟି ହାଇଓ୍ବା ପଛପଟେ ପିଟି ହୋଇଥିଲା। ଏଥିରେ ଭୀମ ବରିହାଙ୍କ ୪ ବର୍ଷର ପୁଅ ଚିରଞ୍ଜିତ ଓରଫ ଜିତର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଥିରେ ବାଇକ୍ ଚାଳକ ଯୁଗଳ, ଭୀମ ଓ ଚନ୍ଦ୍ରିକା ଆହତ ହୋଇଥିଲେ। 

ଘଟଣାସ୍ଥଳରେ ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ବାଇକ୍ ଚାଳକ ଯୁଗଳଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଲରମ୍ଭା ପୁଲିସ ଏକ ମାମଲା ରୁଜୁକରି ହାଇଓ୍ବାକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ବି.ଏସ୍. ୟାଦବ କହିଛନ୍ତି। 

Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe