ପୋଖରୀରେ ଡଙ୍ଗାରୁ ପଇସା ସଂଗ୍ରହ ବେଳେ ପାଣିରେ ବୁଡ଼ି ଚାଲିଗଲା ନାବାଳିକାଙ୍କ ଜୀବନ

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣି ସମୟରେ ଅଘଟଣ। ଡଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଣେ ନାବାଳିକା ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ଆଜି ଭୋର ସକାଳୁ ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ସାବିତ୍ରୀ ହନ୍ତାଳ(୧୨) ପ୍ରାଣ ହରାଇଛନ୍ତି।

hjk

ମାଲକାନଗିରି: କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣି ସମୟରେ ଅଘଟଣ। ଡଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଣେ ନାବାଳିକା ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ଆଜି ଭୋର ସକାଳୁ ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ସାବିତ୍ରୀ ହନ୍ତାଳ(୧୨)  ନିଜର ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଭସାଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ ଯାଇଥିଲେ। ତେବେ ଟଙ୍କା ସଂଗ୍ରହ କରୁଥିବା ବେଳେ ସାବିତ୍ରୀ ପାଣିରେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ଦୌଡ଼ି ପଳାଉଥିଲେ। କିନ୍ତୁ ଏ ନେଇ କାହାରିକୁ କିଛି କହିନଥିଲେ।

ସାବିତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ବେଳେ ସେ ପାଣିରେ ବୁଡ଼ି ଯାଇଥିବା ଖବର ପାଇ ପୋଖରୀରେ ଖୋଜିଥିଲେ। ବହୁ ସମୟପରେ ସାବିତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବାପା ତ୍ରିପତି ଗତ ବର୍ଷ ମୃତ୍ୟୁବରଣ କରିଥିବା ବେଳେ ଘରେ ମାଆ ଓ ଦୁଇ ଭାଇଭଉଣୀ ଅଛନ୍ତି। ମାଆ କୁମାରୀ କୁଲିମଜୁରି କରି ପିଲାଙ୍କୁ ପୋଷୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe