ବିଜୁଳି ଆଘାତରେ ନାବାଳିକାର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

Advertisment

ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ ଇସ୍କାବନ୍ଧ ଗ୍ରାମରେ ଗତକାଲି ବୁଜୁଳି ଘଡଘଡିରେ ଜଣେ ଆଠ ବର୍ଷର ନାବଳିକାର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ ଇସ୍କାବନ୍ଧ ଗ୍ରାମରେ ଗତକାଲି ବୁଜୁଳି ଘଡଘଡିରେ ଜଣେ ଆଠ ବର୍ଷର ନାବଳିକାର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ କାଳବୈଶାଖୀ: ୟେଲୋଓ୍ଵାର୍ଣ୍ଣିଂ ଜାରି

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ ଇସ୍କାବନ୍ଧ ଗ୍ରାମରେ ଗତକାଲି ବୁଜୁଳି ଘଡଘଡିରେ ଜଣେ ଆଠ ବର୍ଷର ନାବଳିକାର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଗାଁ ପାଖ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ହଠାତ ପ୍ରବଳ ବର୍ଷା ସହ ବିଜୁଳି ଘଡ ଘଡି ମାରିଥିଲା ଫଳରେ ଜଙ୍ଗଲରୁ ଗାଁକୁ ଦୁଇ ଜଣ ଝିଅ ଘରକୁ ଫେରିବା ବେଳେ ରାସ୍ତାରେ ସେମାନଙ୍କ ଉପରେ ବିଜୁଳି  ମାରିଥିଲା। ଘଟଣା ସ୍ଥଳରେ ହିଁ ଜଣେ ଝିଅର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟଜଣେ ଝିଅ ଗୁରୁତର ହୋଇ ପଡ଼ିଥିଲେ ।

ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜନବାଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଗୁରୁତର ହୋଇପଡ଼ିଥିବା ଝିଅକୁ ଅଧିକ ଚିକିତ୍ସା ନିମିନ୍ତେ  ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ମୃତ ଝିଅର ନାମ ସରୋଜା ଦୁରୀ ଓ ଗୁରୁତର ଝିଅର ନାମ ଛିନ୍ନମା କୋଲେମୁ ବୋଲି ଜଣା ପଡ଼ିଛି। ଉଭୟଙ୍କ ବୟସ ୮ ରୁ ୧୦ବର୍ଷ ହବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe