ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଶ୍ୟାମନଗର ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ଙ୍କୁ ସ୍ଥାନୀୟ ଭଦୁଆ କାଜୁ ଜଙ୍ଗଲ ଭିତରେ ଦୁଷ୍କର୍ମ ଘଟଣାରେ ରାଇବଣିଆ ଥାନା ପୁଲିସ ଜଣକୁ ଗିରଫ କରିଛି।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଶ୍ୟାମନଗର ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ଙ୍କୁ ସ୍ଥାନୀୟ ଭଦୁଆ କାଜୁ ଜଙ୍ଗଲ ଭିତରେ ଦୁଷ୍କର୍ମ ଘଟଣାରେ ରାଇବଣିଆ ଥାନା ପୁଲିସ ଜଣକୁ ଗିରଫ କରିଛି।

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଶ୍ୟାମନଗର ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ଙ୍କୁ ସ୍ଥାନୀୟ ଭଦୁଆ କାଜୁ ଜଙ୍ଗଲ ଭିତରେ ଦୁଷ୍କର୍ମ ଘଟଣାରେ ରାଇବଣିଆ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ରାଇବଣିଆ ଗ୍ରାମର ସଞ୍ଜୀବ କୁମାର ଘୋଷ(୩୫)। ସଞ୍ଜୀବକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଏହି ମାମଲାରେ ନାବାଳିକାଙ୍କ ପାଳିତା ମା'ଙ୍କ ଅଭିଯୋଗ ମୁଳେ ରାଇବଣିଆ ଥାନା ରେ ୪୨/୨୫ ନମ୍ବର ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଆଜି ଏହି ଘଟଣାରେ ଜଳେଶ୍ୱର ଏସଡିପିଓ ମାନସ କୁମାର ଦେଓ ତଦନ୍ତ କରିଛନ୍ତି।ସେହିପରି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ଦୁଷ୍କର୍ମ ହୋଇଥିବା ଉକ୍ତ କାଜୁ ଜଙ୍ଗଲକୁ ଯାଇ ତଦନ୍ତ କରିଛି।

publive-image

ପ୍ରକାଶଯୋଗ୍ୟ ଯେ ଶ୍ୟାମନଗର ଅଞ୍ଚଳର ଏହି ନାବାଳିକାଙ୍କ ବାପାମା ନଥିବା ବେଳେ ତାଙ୍କୁ ଏକ ଦମ୍ପତି ପାଳିଛନ୍ତି।ଗତ ୨୩ ତାରିଖ ପୂର୍ବାହ୍ନ ୬ ଟା ସମୟରେ ନାବାଳିକା ଜଣକ ଝାଡ଼ା ଯାଉଛି କହି ଆଉ ଘରକୁ ଫେରି ନଥିଲେ।ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା।ତେବେ ୨୪ ତାରିଖ ସକାଳେ ଜଳେଶ୍ଵର ଥାନା ଗୋବରଘାଟା ସିଟ ଛକ ନିକଟରେ ନାବାଳିକା ଜଣକ ମୁହଁ ଶୁଖାଇ ବସିଥିବା ବେଳେ ପ୍ରାତଃ ଭ୍ରମଣରେ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଦେଖି ତାଙ୍କର ପରିଚୟ ନେବା ସହ ତାଙ୍କ ଘରେ ଛାଡ଼ିଥିଲେ।

ନାବାଳିକାଙ୍କ ଠାରୁ ତାଙ୍କ ମା’ ଦୁଷ୍କର୍ମ ବିଷୟରେ ଜାଣିବା ପରେ ଚିକିତ୍ସା ପାଇଁ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।ଚିକିତ୍ସା ସମୟରେ ନାବାଳିକା ଜଣକ ଦୁଷ୍କର୍ମ ପୀଡ଼ିତା ବୋଲି ନିଶ୍ଚିତ ହୋଇଥିଲା। କୁହାଯାଇଛି ନାବାଳିକାଙ୍କୁ ୨୩ ତାରିଖ ପୂର୍ବାହ୍ନରେ କାଜୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ କରାଯାଇଥିଲା।ଏନେଇ ରାଇବଣିଆ ପୁଲିସ ହାତରେ ଠୋସ ପ୍ରମାଣ ଲାଗିଛି। ସେହି ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Crime | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe