ଲୋଭ ଦେଖାଇ ନାବାଳକକୁ ଡାକିନେଲା, ହତ୍ୟା କରି ସେଫ୍ଟିକ୍‌ ଟାଙ୍କିରେ ଫିଙ୍ଗିଦେଲା

ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ରତନପୁର ଗାଁରେ ଥିବା ଏକ ସେପ୍ଟିକ୍ ଟ୍ୟାଙ୍କରୁ ନାବାଳକର ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପଡୋଶୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ବାଦପରୀ ଗାଁର ପ୍ରଭାକର ସାହୁ`

delanga murder

delanga murder Photograph: (sambad.in)

ପୁରୀ: ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ରତନପୁର ଗାଁରେ ଥିବା ଏକ ସେପ୍ଟିକ୍ ଟ୍ୟାଙ୍କରୁ ନାବାଳକର ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପଡୋଶୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ବାଦପରୀ ଗାଁର ପ୍ରଭାକର ସାହୁ (୩୮)। ଅଭିଯୁକ୍ତ ରତନପୁରରେ ରହୁଥିଲା। ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ପୁରୀ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରତନପୁର ଗାଁରେ ପରିସ୍ଥିତି ଏବେ ସାଧାରଣ ଅଛି। ଅଭିଯୁକ୍ତକୁ ଗିରଫ କରିବା ଠାରୁ ଆରମ୍ଭ କରି ତଦନ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ରତନପୁର ଗ୍ରାମବାସୀ ସହଯୋଗ କରିଛନ୍ତି। 

ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ଏସ୍‌ପି ଶ୍ରୀ ଅଗ୍ରୱାଲ କହିଛନ୍ତି, ନାବାଳକକୁ ହତ୍ୟା ଅଭିଯୋଗରେ ପୁଲିସ ଏଯାବତ ପ୍ରଭାକର ସାହୁକୁ ଅଭିଯୁକ୍ତ କରାଯାଇଛି। ଏହି ଘଟଣାରେ ଯଦି ଆଉ କେହି ସଂପୃକ୍ତ ଥିବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ନାବାଳକକୁ ହତ୍ୟା ପୂର୍ବରୁ ‌ଯୌନ ନିର୍ଯାତନା ଦିଆଯାଇଥିଲା। ଶ୍ବାସରୁଦ୍ଧ କରି ସେଫ୍ଟିଟାଙ୍କିରେ ପକାଇ ଦିଆଯାଇଥିଲା। ଏହା ପୂର୍ବରୁ ତାକୁ ଲୋଭ ଦେଖାଯାଇଥିଲା। ଫଳ ସ୍ବରୂପ ଅଭିଯୁକ୍ତ ପ୍ରଭାକର ଟେନିସ୍‌ ବଲ କିଣିବା ପାଇଁ ନାବାଳକକୁ ୧୦୦ ଟଙ୍କା ଦେବାକୁ କହିଥିଲା।  ‌ ଅପ୍ରାକୃତିକ ଯୌନ ସମ୍ପର୍କ ପରେ ପିଲାକୁ ଆଉ ଟଙ୍କା ଦେଇନଥିଲା। ଏକ ପରିତ୍ୟକ୍ତ ଘରେ ଏକାଠି ବସାଇ ଥଣ୍ଡା ପିଆଇଥିଲେ। ଟଙ୍କା ନଦେଲେ ଘଟଣା ଘରେ କହିଦବ ବୋଲି କହିଥିଲା ନାବାଳକ। ‘ଶ୍ୱାସରୁଦ୍ଧ କରି ସେଫ୍ଟିକ ଟାଙ୍କିରେ ନାବାଳକକୁ ପକାଇ ଦେଇଥିଲା।

ଏସ୍‌ପି କହିଛନ୍ତି, ଘଟଣାର ଅଧିକ ତଦନ୍ତ ପାଇଁ ଆଜି ଗାଁରେ ପହଂଚିଥିଲା ସାଇଣ୍ଟିଫିକ ଟିମ୍। ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୁରରେ ଥିବା ଆଉ ଏକ ଟାଙ୍କିରୁ ନାବାଳକର ସାର୍ଟ-ପ୍ୟାଣ୍ଟ ମିଳିଥିଲା। ସେଫ୍ଟିକ୍‌ ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ମୃତ୍ୟୁ ସେନେଇ ସ୍ପଷ୍ଟ ଜଣାପଡ଼ିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସତ କ’ଣ ଜଣାପଡ଼ିବ। ଅଭିଯୁକ୍ତର ବିଚାର ପୋକ୍ସୋକୋର୍ଟରେ ହେବ। ଅଭିଯୁକ୍ତକୁ ସର୍ବାଧିକ ଦଣ୍ଡ ପାଇଁ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯିବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଅଭିଯୁକ୍ତ ପ୍ରଭାକର ପାଖରୁ ମୋବାଇଲ, ଗାମୁଛା, ଟି-ସାର୍ଟ, ସାଇକେଲ ଓ ନଟୁ ଜବତ କରିଛି। 

ନାବାଳକଙ୍କୁ ଶେଷ ଥର ପାଇଁ  ତାଙ୍କ ଘର ପାଖରେ ଖେଳୁଥିବାର ଦେଖାଯାଇଥିଲା ଏବଂ ସେବେଠାରୁ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ତାଙ୍କ ବିଷୟରେ କୌଣସି ସୂଚନା ନଥିଲା। ଏସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ସନ୍ଧ୍ୟା ୬ଟା ୪୫ରେ ରତନପୁର ଗାଁର ୧୧ ବର୍ଷୀୟ ବାଳକ ଆଶୀର୍ବାଦ ବେହେରା ନିଖୋଜ ଥିଲା। ନିଖୋଜ ହେବାର ୬ଦିନ ପରେ ଆଶୀର୍ବାଦର ମୃତଦେହ ସୋମବାର ଦିନ ଏକ ସେଫ୍ଟିକ୍‌ ଟାଙ୍କିରୁ ଉଦ୍ଧାର କରାଯାଇଥିଲା। ନାବାଳକର ମୃତଦେହ ଉଦ୍ଧାର ହେଲା ପରେ ପୁଲିସ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏବଂ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପ୍ରାଥମିକ ଅବସ୍ଥାରେ ପୁଲିସକୁ ସନ୍ଦେହ ହୋଇଥିଲା ଯେ, ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇପାରେ। 

puri | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe