ନାବାଳିକା ଦୁଷ୍କର୍ମ ମାମଲା: ଅପରାଧୀକୁ ୨୦ ବର୍ଷ ଜେଲ୍, ୧ ଲକ୍ଷ ଟଙ୍କା ଜରିମାନା

କିଞ୍ଜିରକେଲା ଥାନା ଅଞ୍ଚଳରେ ୨୦୨୧ ମେରେ ଘଟିଥିବା ଏକ ୯ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିବଶଙ୍କର ବରୁଆଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁନ୍ଦରଗଡ଼ ପକ୍ସୋ କୋର୍ଟ। ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ୧ ଲକ୍ଷ ଜରିମାନା ଆଦେଶ ହୋଇଛି।

high-court-hearing-via-video-conference

ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅଞ୍ଚଳରେ ୨୦୨୧ ମେରେ ଘଟିଥିବା ଏକ ୯ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିବଶଙ୍କର ବରୁଆଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁନ୍ଦରଗଡ଼ ପକ୍ସୋ କୋର୍ଟ। ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ୧ ଲକ୍ଷ ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟରେ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲା ଅନୁସାରେ, ୫.୫.୨୦୨୧ରେ  ନାବାଳିକା ଜଣକ ଘର ପାଖରେ ଖେଳୁଥିବା ବେଳେ ଆସାମୀ ଶିବଶଙ୍କର  ଉଠାଇ ନେଇ  ବାଡ଼ିପଟେ ଦୁଷ୍କର୍ମ କରିଥିଲା। ଏହା ପରେ ଘରକୁ ଆଣି ଛାଡ଼ିଥିଲା। ଏହି ସମୟରେ ଝିଅର ଫ୍ରକରେ ରକ୍ତଦାଗ ଲାଗିଥିବା ଦେଖି ଖୁଡ଼ୀ ପଚାରିଥିଲେ।

ଝିଅ ଦୁଷ୍କର୍ମ କଥା କହିବା ପରେ ପରିବାର ଲୋକେ କିଞ୍ଜିରକେଲା ଥାନାରେ ୬ ତାରିଖରେ ଏତଲା ଦେଇଥିଲେ। ପୁଲିସ ଏକ ଦୁଷ୍କର୍ମ ସହ ଶିଶୁ ଯୌନ ନିର୍ଯାତନା ସୁରକ୍ଷା ଆଇନ (ପକ୍ସୋ)ରେ ମାମଲା ରୁଜୁ କରି ଶିବଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାରେ ବିଚାର ଚାଲିଥିବା ବେଳେ ପକ୍ସୋ କୋର୍ଟ ଶନିବାର ଦଣ୍ଡାଦେଶ କରିବା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe