ନିଖୋଜ କୋଇଲା ବ୍ୟବସାୟୀଙ୍କ ଶବ ଉଦ୍ଧାର, ୩ ଅଟକ

ଗତ ଶୁକ୍ରବାରରୁ ନିଖୋଜ ଥିବା ରାଉରକେଲା ସିଭିଲଟାଉନସିପ୍‌ର କୋଇଲା ବ୍ୟବସାୟୀ ବିନୋଦ ଦ୍ବାରିକା (୬୪)ଙ୍କ ଶବ ଶନିବାର କୁତ୍ରା ଥାନା ଗମ୍ଭାରଡିହି ନିକଟରୁ ମିଳିଛି। ବିନୋଦଙ୍କ ମୁଣ୍ଡ ଓ ଶରୀରର କିଛି ସ୍ଥାନରେ ଗଭୀର ଆଘାତ ରହିଛି।

Coal business man

Coal business man Photograph: (Sambad )

କୁତ୍ରା/ରାଉରକେଲା: ଗତ ଶୁକ୍ରବାରରୁ ନିଖୋଜ ଥିବା ରାଉରକେଲା ସିଭିଲଟାଉନସିପ୍‌ର କୋଇଲା ବ୍ୟବସାୟୀ ବିନୋଦ ଦ୍ବାରିକା (୬୪)ଙ୍କ ଶବ ଶନିବାର କୁତ୍ରା ଥାନା ଗମ୍ଭାରଡିହି ନିକଟରୁ ମିଳିଛି। ବିନୋଦଙ୍କ ମୁଣ୍ଡ ଓ ଶରୀରର କିଛି ସ୍ଥାନରେ ଗଭୀର ଆଘାତ ରହିଛି। ବିନୋଦଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ କୁତ୍ରା ଥାନାରେ ଅଭିଯୋଗ ହୋଇଛି। କୁତ୍ରା ପୁଲିସ ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବ୍ୟବସାୟୀଙ୍କ କାର୍‌ ଜବତ ହୋଇଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପରିବାର ଲୋକଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ବିନୋଦ ରାଉରକେଲା ସିଭିଲଟାଉନସିପ୍‌ରେ ପରିବାର ସହ ରହନ୍ତି। ବହ‌ୁଦିନରୁ ସେ କୋଇଲା ବ୍ୟବସାୟ କରୁଥିଲେ। ଶୁକ୍ରବାର ସଂଧ୍ୟାରେ ସେ ଘରୁ କାର ନେଇ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ। ବିନୋଦଙ୍କ ମୋବାଇଲ୍‌ ବନ୍ଦ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଶନିବାର ସେମାନେ ରଘୁନାଥପାଲି ଥାନାରେ ନିଖୋଜ ମାମଲା ଦେଇଥିଲେ।  

ବିନୋଦ ରାଉରକେଲା ସିଭିଲଟାଉନସିପ୍‌ରେ ପରିବାର ସହ ରହନ୍ତି। ବହ‌ୁଦିନରୁ ସେ କୋଇଲା ବ୍ୟବସାୟ କରୁଥିଲେ। ଶୁକ୍ରବାର ସଂଧ୍ୟାରେ ସେ ଘରୁ କାର ନେଇ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ।

ଆଜି ବିଭିନ୍ନ ଖବରକାଗଜରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଖବର ଫଟୋ ସହିତ ବାହାରିବା ଦେଖି ପରିବାର ଲୋକେ କୁତ୍ରା ଥାନାକୁ ଆସି ଚିହ୍ନଟ କରିଛନ୍ତି। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷେ ପୁଲିସ ତାଙ୍କ କାର୍‌ଟିକୁ ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଜବତ କରିଛି। ପରିବାରବର୍ଗ ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ କରୁଛନ୍ତି। ପୁଲିସର ଅଧିକ ତଦନ୍ତ ପରେ ଏହା ହତ୍ୟା ନା ଦୁର୍ଘଣାଜନିତ ତାହା ସ୍ପଷ୍ଟ ହେବ। ପ୍ରକାଶ ଥାଉକି ଗତ ଶୁକ୍ରବାର ରାତିରେ ବିଜୁ ଏକ୍ସପ୍ରେସ ୱେ’ରୁ ଗମ୍ଭାରଡିହିକୁ ଯାଇଥିବା ରାସ୍ତା ଉପରେ ଜଣେ ବ୍ୟକ୍ତି ପଡ଼ିଥିବା ନେଇ ପୁଲିସ ସୂଚନା ପାଇବା ପରେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe