Minor Rescued ରାଉରକେଲାରୁ ନିଖୋଜ, ଆଗ୍ରାରୁ ଉଦ୍ଧାର: ୬ ବର୍ଷପରେ ନାବାଳିକାଙ୍କ ପତ୍ତା ମିଳିଲା

Advertisment

ଟାଙ୍ଗରପାଲି ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଟିମ୍‌ ରାଉରକେଲାରୁ ନିଖୋଜ ମହିଳାଙ୍କୁ ଆଗ୍ରାରୁ rescued କରି ରାଉରକେଲା ଆଣିଛି। ଖୁବ୍‌ ଶୀଘ୍ର ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଟାଙ୍ଗରପାଲି ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଟିମ୍‌ ରାଉରକେଲାରୁ ନିଖୋଜ ମହିଳାଙ୍କୁ ଆଗ୍ରାରୁ rescued କରି ରାଉରକେଲା ଆଣିଛି। ଖୁବ୍‌ ଶୀଘ୍ର ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

tangarpali ps

missing minor rescued from agra Photograph: (Sambad.in)

ରାଉରକେଲା: ଟାଙ୍ଗରପାଲି ଥାନା ଅଞ୍ଚଳରୁ ୨୦୧୯ ମସିହାରେ ନିଖୋଜ ଜଣେ ନାବାଳିକା ଆଗ୍ରା କାଜି‌ଟୋଲାରୁ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କ ବୟସ ଏବେ ୨୩। ତାଙ୍କ ନାଁ ଧର୍ମୀ ମାଝୀ। ଏବେ ସେ ଜଣେ ବିବାହିତ ମହିଳା।

ସୂଚନାନୁଯାୟୀ, ୨୦୧୯ ମସିହା ଅଗଷ୍ଟ ୨୮ ତାରିଖର ଘଟଣା। ଲକ୍ଷ୍ମୀ ମାଝୀ ସକାଳ ୮ଟାରେ ପନିପରିବା ବ୍ୟବସାୟ ପାଇଁ ବଜାରକୁ ଯାଇଥିଲେ। ଦିନ ପ୍ରାୟ ୧୨ଟା ଫେରି ଦେଖନ୍ତି ତାଙ୍କ ଝିଅ(୧୭) ଘର ଛାଡ଼ି କୁଆଡ଼େ ପଳାଇଛି। ୩-୪ ଦିନ ଖୋଜାଖୋଜି ପରେ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇ ଝିଅର ନିଖୋଜ ହୋଇଯିବା ନେଇ ଲିଖିତ ଭାବେ ଜଣାଇଥିଲେ। ପୁଲିସ ତାନଘନା ଜାରି ରଖିଥିଲେ ହେଁ ନାବାଳିକାଙ୍କୁ ଠାବ କରିପାରିନଥିଲା।

ଆହୁରି ପଢ଼ନ୍ତୁ:Tension In MV-26 Village: ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ

ବିକାଶ କୁଳଦୀପଙ୍କୁ ବିବାହ କରିଛନ୍ତି ନିଖୋଜ ନାବାଳିକା

ଦୀର୍ଘ ପ୍ରାୟ ୫ ବର୍ଷ ପରେ ଝିଅ ନିଜ ମା’ଙ୍କୁ ଯୋଗଯୋଗ କରିଥିଲେ। ସେ ଆଗ୍ରାରେ ଥିବା ମାଆଙ୍କୁ ଜଣାଇବା ସହ ୨୦୨୫ ଦୀପାବଳିରେ ଘରକୁ ଆସିବେ ବୋଲି କହିଥିଲେ। ଏମିତି କି ୨୦୨୫ ମସିହା ଜାନୁଆରି ମାସରେ ସେ ଉତ୍ତରପ୍ରଦେଶର ଫନୁବାଦ ଅଞ୍ଚଳର ବିକାଶ କୁଳଦୀପଙ୍କୁ ସେ ବିବାହ କରିଥିବା ସୂଚନା ଦେଇଥିଲେ। ଏନେଇ ଟାଙ୍ଗରପାଲି ପୁଲିସକୁ ଜଣାପଡ଼ିବା ପରେ ଟାଙ୍ଗରପାଲି ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଟିମ୍‌ ତାଙ୍କୁ ଆଗ୍ରାରୁ ଉଦ୍ଧାର କରି ରାଉରକେଲା ଆଣିଛି। ଖୁବ୍‌ ଶୀଘ୍ର ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe