ଗର୍ଜିଲେ ମିସନ ଶକ୍ତି ମହିଳା: ନିମାପଡ଼ା ବ୍ଲକ ଘେରିଲେ ଇସି ମେମ୍ବର

ମିସନ ଶକ୍ତିର ଶତାଧିକ ମହିଳା ମହାସଂଘ ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଘେରାଉ କରିଛନ୍ତି। କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ମହାସଂଘ ସଭାପତି ସମ୍ପାଦକଙ୍କ ସମେତ ଇସି ମେମ୍ବରମାନଙ୍କ ଚୟନ ପ୍ରକ୍ରିୟାରେ...

nimapada

ବାମନାଳ: ମିସନ ଶକ୍ତିର ଶତାଧିକ ମହିଳା ମହାସଂଘ ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଘେରାଉ କରିଛନ୍ତି। କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ମହାସଂଘ ସଭାପତି ସମ୍ପାଦକଙ୍କ ସମେତ ଇସି ମେମ୍ବରମାନଙ୍କ ଚୟନ ପ୍ରକ୍ରିୟାରେ ଅନିୟମିତତା ସହିତ ଦଳୀୟ ମନଭାବ ରଖି ଚୟନ କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ନିମାପଡ଼ା ବ୍ଲକରେ ଧାରଣାରେ ବସିଛନ୍ତି ଶତାଧିକ ମହିଳା।

ପୁରୀ ଜିଲ୍ଲାର ସମସ୍ତ ମିସନ ଶକ୍ତି ମହିଳା ମହାସଙ୍ଘର କାର୍ଯ୍ୟକର୍ତ୍ତାଙ୍କର ପଦ ପଦବି ପରିବର୍ତ୍ତନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏନେଇ ଏହି ନିଷ୍ପତ୍ତି ବିରୁଦ୍ଧରେ ପୁରୀ ଜିଲ୍ଲାର ସମସ୍ତ ମିସନ ଶକ୍ତି ମହିଳା ମାନେ କୋର୍ଟଙ୍କ ଦ୍ୱାରସ୍ତ ହୋଇ ଏହି ନିଷ୍ପତଙ୍କୁ ସ୍ଥଗିତ କରିବା ପାଇଁ ଆବେଦନ କରିଛନ୍ତି। 

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନ ୩୨ଟି ପଞ୍ଚାୟତର ମିସନ ଶକ୍ତି ମହାସଂଘର ମହିଳା ମାନେ ଏକତ୍ରିତ ହୋଇ ଆଜି ନିମାପଡା ବ୍ଲକ୍ ଘେରାଉ କରିଛନ୍ତି। କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ମହାସଂଘ ସଭାପତି ସମ୍ପାଦକଙ୍କ ସମେତ ଇସି ମେମ୍ବର ମାନଙ୍କ ଚୟନ ପ୍ରକ୍ରିୟାରେ ଅନିୟମିତତା ସହିତ ଦଳୀୟ ମନଭାବ ରଖି ଚୟନ କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହା ସହିତ ନିମାପଡା ବିଡ଼ିଓ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗରେ ଆଜି ଲାବନ୍ୟା ଜେନା, ରାଜଶ୍ରୀ ମହାନ୍ତି ପ୍ରମୁଖ ଇସି ମେମ୍ବର ଏବଂ ମହିଳା ମହାସଂଘର ସଭାପତି ପ୍ରଗତି ବରାଳ ପ୍ରମୁଖ ଶତାଧିକ ମହିଳା ମାନେ ବ୍ଲକ୍ ଘେରାଉ କରିଥିବା ମହିଳା ମାନେ ଅଭିଯୋଗ ଆଣିଛନ୍ତି। 

ଏପଟେ ଏହି ଅଭିଯୋଗକୁ ନିମାପଡ଼ା ବିଡ଼ିଓ ଖଣ୍ଡନ କରି କହିଛନ୍ତି ଗତକାଲି ମୋ ପାଖକୁ ଆସି ଭେଟିଥିଲେ ନୋଟିସ ଆଣି ଆସିଥିଲେ ମୁଁ କହିଥିଲି ଆପଣମାନେ ମୋତେ ଏକ ଲିଖିତ ଆକାରରେ ଏକ ଆବେଦନ ପତ୍ର ଦୀଅନ୍ତୁ ବୋଲି କହିଥିଲି ସେମାନେ ବୁଝିବାରେ ଭୁଲୁ ହୋଇଥିବା ସେଥି ପାଇଁ ଏସବୁ କଥା କହୁଛନ୍ତି। ମୁଁ ଜଣେ ସରକିରୀ ଅଫିସର ସରକାରଙ୍କ ନିୟମା ବଳି ଯାହା ଅଛି ଆମେ ତାକୁ  କରୁଛୁ ଏବଂ ସରକାରଙ୍କ ନିର୍ଦେଶ ଯାହା ରହିବ ଆମେ ତାରି ଉପରେ କିଯ୍ୟକାରି କରିବୁ ବୋଲି କହିଛନ୍ତି। ଏଥି ନେଇ ନିମାପଡା ବ୍ଲକ ପରିସରରେ ପୁଲିସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe