ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ଓ ବିଡ଼ିଓ

ନବରଙ୍ଗପୁର ଜିଲ୍ଳା ଝରିଗାଁ ବିଧାୟକ ନରସିଂହ ଭତ୍ରା ଆଜି ଦଳୀୟ କର୍ମୀମାନଙ୍କ ସହ ପାଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକମାନଙ୍କ ସମସ୍ୟା ବୁଝିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

mdm

ଝରିଗାଁ: ନବରଙ୍ଗପୁର ଜିଲ୍ଳା ଝରିଗାଁ ବିଧାୟକ ନରସିଂହ ଭତ୍ରା ଆଜି ଦଳୀୟ କର୍ମୀମାନଙ୍କ ସହ ପାଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକମାନଙ୍କ ସମସ୍ୟା ବୁଝିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଶେଷ କରି ପାଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ବଡନୀ ଆଶ୍ରମ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ସମସ୍ୟା ଉପରେ ପ୍ରଧାନଶିକ୍ଷକ ସପନ କୁମାର ହାଲଦରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ା ସମ୍ୱନ୍ଧରେ ପଚାରି ବୁଝିବା ସହ ବର୍ଷା ଦିନ ଗୁଡ଼ିକରେ କିଭଳି ସଚେତନ ରହିବେ ବୁଝାଇଥିଲେ।

ବିଧାୟକ ନରସିଂହ ଭତ୍ରା, ବିଡ଼ିଓ ମଧୁସୂଦନ ମାଝୀ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୀତ କୁମାର ମିଶ୍ର, ବିଜେପି ବରିଷ୍ଟ ନେତା ପ୍ରଫୁଲ୍ଲ ପ୍ରଧାନୀ ପ୍ରମୁଖ ସହ ଅନ୍ୟମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଭାତ ଏବଂ ଅଣ୍ଡା ଝୋଳ ଖାଇଥିଲେ।

ଶେଷରେ ଛାତ୍ରଛାତ୍ରୀମାନଙ୍କ ସହ ମିଶି ବିଧାୟକ ନରସିଂହ ଭତ୍ରା, ବିଡ଼ିଓ ମଧୁସୂଦନ ମାଝୀ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୀତ କୁମାର ମିଶ୍ର, ବିଜେପି ବରିଷ୍ଟ ନେତା ପ୍ରଫୁଲ୍ଲ ପ୍ରଧାନୀ ପ୍ରମୁଖ ସହ ଅନ୍ୟମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଭାତ ଏବଂ ଅଣ୍ଡା ଝୋଳ ଖାଇଥିଲେ। ପାଲିଆ ପଞ୍ଚାୟତ ଗସ୍ତ ସମୟରେ ଧୋଡ୍ରା ପୂର୍ବତନ ମଣ୍ଡଳ ସଭାପତି ମନିରାମ ମାଝୀ, ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ଏସଟି ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ମାଝୀ, ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ, ଝରିଗାଁ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଗିରି ପାଣ୍ଡେ, ବନୁଆଗୁଡ଼ା ପଂଚାୟତ ସଭାପତି ପୁସ୍ତମ ଗଣ୍ଡ ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe