ମାଲକାନଗିରି-ପୋଟେରୁ ଲ୍ୟାମ୍ପସ୍‌ ପରିଦର୍ଶନ ଓ ସମୀକ୍ଷା କଲେ ବିଧାୟକ

ଖରିଫ ଋତୁ ୨୦୨୫-୨୬ ପାଇଁ ଚାଷୀ ପଞ୍ଜୀକରଣ ଜୁଲାଇ ୧୯ରୁ ଆରମ୍ଭ ‌ହୋଇଯାଇଛି। ଏହି କାମ ଆସନ୍ତା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଚାଷୀମାନେ ଇ-କେୱାଇସି ଏବଂ ଲ୍ୟାମ୍ପସରେ ନାମ ଲେଖାଇ ପଞ୍ଜୀକରଣ କରି ପାରିବେ।

Mkg MLA at poteru LAMPS (2)

ମାଲକାନଗିରି: ଖରିଫ ଋତୁ ୨୦୨୫-୨୬ ପାଇଁ ଚାଷୀ ପଞ୍ଜୀକରଣ ଜୁଲାଇ ୧୯ରୁ ଆରମ୍ଭ ‌ହୋଇଯାଇଛି। ଏହି କାମ ଆସନ୍ତା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଚାଷୀମାନେ ଇ-କେୱାଇସି ଏବଂ ଲ୍ୟାମ୍ପସରେ ନାମ ଲେଖାଇ ପଞ୍ଜୀକରଣ କରି ପାରିବେ। ବିଧାୟକ ନରସିଂହ ମାଡ଼କାମି ଆଜି ମାଲକାନଗିରି ଓ ପୋଟେରୁ ଲ୍ୟାମ୍ପସ୍ ପରିଦର୍ଶନ କରି ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣ ସମୀକ୍ଷା କରିଛନ୍ତି।  

ଜମିର ରେକର୍ଡ (ପଟ୍ଟା), ଆଧାରକାର୍ଡ ଓ ମୋବାଇଲ ନମ୍ବର ଆବଶ୍ୟକ ରହିଛି। ଶ୍ରୀ ମାଡ଼କାମି ଚାଷୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ସବସିଡିର ସୁଗମ ପ୍ରବେଶ ଉପରେ ଜୋର ଦେଇଛନ୍ତି। ମାଲକାନଗିରି ଲ୍ୟମ୍ପସରେ ସେ ଡକ୍ୟୁମେଣ୍ଟେସନ ପରଖି ସ୍ବଚ୍ଛତା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Mkg MLA at poteru LAMPS (3)

ଚାଷୀମାନେ ହେଉଛନ୍ତି ମାଲକାନଗିରିର ମେରୁଦଣ୍ଡ ବୋଲି ସେ କହିଛନ୍ତି। ସେ ଚାଷୀଙ୍କୁ ଇ-କେୱାଇସି ପୂରଣ କରି ପଞ୍ଜୀକରଣ ପାଇଁ ଉତ୍ସାହିତ କରିଥିଲେ। ଚାଷୀମାନେ ତାଙ୍କ ସକ୍ରିୟତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମାଡ଼କାମି ସମବାୟ ସମିତି ସହ ମିଳିତ ଭାବେ କାମ କରି ସରକାରୀ ଯୋଜନାର ସୁବିଧା ଚାଷୀଙ୍କୁ ପହଞ୍ଚାଇବେ ବୋଲି ପ୍ରକାଶ କରିଥିଲେ। ଏହା ମାଲକାନଗିରିର କୃଷକ ଏବଂ କୃଷି କ୍ଷେତ୍ରରେ ସମୃଦ୍ଧି ଆଣିବ ବୋଲି କୁହାଯାଇଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe