ମହାଦେବ ବିଦ୍ୟାପୀଠରେ ପଶିଲା ‌ଡ୍ରେନ୍‌ ପାଣି; ଅନୁଧ୍ୟାନ କରି ପିଲାଙ୍କୁ ପାଠ ପଢ଼ାଇଲେ ବିଧାୟକ

ବିଧାୟକ ଗୌରୀଶଙ୍କର ମାଝୀ ଏହି ସ୍କୁଲକୁ ଯାଇଥିଲେ। ସ୍କୁଲ ସମ୍ମୁଖରେ ଡ୍ରେନର ପାଣି ଜମା ହୋଇ ରହିଥିବା ଦେଖିଥିଲେ। ତୁରନ୍ତ ପୌରନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ ଓ କର୍ମଚାରୀଙ୍କୁ ଡକାଇଥିଲେ।

ngp-mahadev school (2)

ନବରଙ୍ଗପୁର: ଗତ କିଛି ଦିନ ହେବ ଲଗାଣ ବର୍ଷା ଫଳରେ ସହରର ମଧ୍ୟଭାଗରେ ଥିବା ୭୮ବର୍ଷର ପୁରାତନ ବିଦ୍ୟାଳୟ ମହ‌ଦେବ ବିଦ୍ୟାପୀଠରେ ସାମାନ୍ୟ ବର୍ଷା ‌ହେଲେ ସହରର ଡ୍ରେନ ପାଣି ପଶୁଛି। ଏଭଳି ବାରମ୍ବାର ଅଭିଯୋଗ ହୋଇଆସୁଥିଲା।

ଆଜି ବିଧାୟକ ଗୌରୀଶଙ୍କର ମାଝୀ ଏହି ସ୍କୁଲକୁ ଯାଇଥିଲେ। ସ୍କୁଲ ସମ୍ମୁଖରେ ଡ୍ରେନର ପାଣି ଜମା ହୋଇ ରହିଥିବା ଦେଖିଥିଲେ। ତୁରନ୍ତ ପୌରନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ ଓ କର୍ମଚାରୀଙ୍କୁ ଡକାଇଥିଲେ। ଏହା ସହ ସ୍କୁଲର ଅନୁସଙ୍ଗିକ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ତା ପରେ ବିଧାୟକ ଶ୍ରୀ ମାଝୀ ଶିକ୍ଷକ ସାଜି ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେଠାରେ ପଢ଼ୁଥିବା ପିଲାଙ୍କ ସହ କିଛି ସମୟ ଅତିବାହିତ କରି କିଭଳି ପାଠପଢ଼ା ଯାଉଛି ତାହାକୁ ପରଖିବା ସହ ନିଜେ ପଢ଼ାଇଥିଲେ। ପିଲାଙ୍କୁ ଗଣିତ ପଢ଼ାଇବା ସହ ସାଧାରଣଞାନ, ଇଂରାଜୀ ଆଦି ବିଷୟରେ ପଢ଼ାଇଥିଲେ।

ରାଜ୍ୟ ସରକାର ସ୍କୁଲକୁ ପ୍ରାଥମିକତା ଦେଇ ନିପୁଣ ସହ ବିଭିନ୍ନ ଗୁଣାତ୍ମକ ଶିକ୍ଷା ଖେଳକୁଦ ମାଧ୍ୟମରେ ପ୍ରଦାନ କରିବାକୁ ଯୋଜନା କରିଛି। ଏବଂ ପ୍ରଶିକ୍ଷଣ ସରିଛି। ପିଲାଙ୍କର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କର ମାନସିକ ଓ ବୈଦ୍ଧିକ ବିକାଶ ଉପରେ ସରକାର ଅଧିକା ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ ବିଧାୟକ। ଛାତ୍ରଛାତ୍ରୀଙ୍କୁ ମଣିଷ ଭାବେ ଗୋଢ଼ିତୋଳିବାକୁ ଶିକ୍ଷକ ମାନଙ୍କୁ ଦେଇଥିଲେ ପରାମର୍ଶ।

ସ୍କୁଲ ମଧ୍ୟକୁ ଯେଭଳି ପାଣି ନ ପଶିବ ସେହି ଦିଗରେ ଧ୍ୟାନ ଦେବାକୁ ନିର୍ବାହୀ ଅଧିକାରୀଙ୍କୁ  କହିଥିଲେ ବିଧାୟକ। ଏହା ସହ ସ୍କୁଲ ପରିସରରେ ନୂଆ ଶ୍ରେଣୀଗୃହ ନିର୍ମାଣ ପାଇଁ ତୁରନ୍ତ ଡିପିଆର କରି ଦେବାକୁ କହିଥିଲେ। ଏହା ସହ ସେ ନୂଆବନ୍ଦସାହିର ଡ୍ରେନ ଓଛକର ଅବସ୍ଥା ଆଦିର ଅନୁଧ୍ୟାନ କରି ସେଠାରେ ବି ଡ୍ରେନ ପାଣି ରାସ୍ତାରେ ଜମା ହେଉଥିବାରୁ ଏହି ସମସ୍ୟାର ସମାଧାନ କରିବାକୁ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। କାଉନସିଲର ଆଇ ମୁରଲୀକ୍ରୀଷ୍ଣା, ଶର୍ମିଷ୍ଟା ଦେଓ, ସାନୁ ପାଢ଼ୀ,  ପୌରପାଳିକାର କର୍ମଚାରୀ ରାମ ଦାଶ ଓ ଅନ୍ୟାନ୍ୟ କର୍ମଚାରୀ ଓ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷୟତ୍ରୀ , ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା  ଆଦି ଉପସ୍ଥିତ ଥିଲେ।

Nabarangpur | Flood in Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe