ଭଦ୍ରକରେ ମୋବାଇଲ୍‌ ଇଣ୍ଟରନେଟ୍‌ କଟକଣା ଜାରି

Advertisment

ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ମୋବାଇଲ ଇଣ୍ଟରନେଟ୍‌ କଟକଣାକୁ ଆହୁରି ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି। ପୁଲିସ ଶନିବାର ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍‌ ଜାରି ରଖିଛି।

ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ମୋବାଇଲ ଇଣ୍ଟରନେଟ୍‌ କଟକଣାକୁ ଆହୁରି ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି। ପୁଲିସ ଶନିବାର ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍‌ ଜାରି ରଖିଛି।

bhadrak

ଭଦ୍ରକ: ସାମାଜିକ ଗଣମାଧ୍ୟରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ଦେଖାଯାଇଥିବା ପରିସ୍ଥିତି ନେଇ ପୁଲିସ ମୋବାଇଲ୍‌ ଇଣ୍ଟରନେଟ୍‌ କଟକଣାକୁ ୪୮ ଘଣ୍ଟା ବୃଦ୍ଧି କରିଛି। ଆଇଜି ସତ୍ୟଜିତ ନାୟକ ରବବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ମାତ୍ର ଲିଜ୍‌ ଲାଇନ ସେବା ଚାଲୁ ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ।

ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ମୋଟ୍‌ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭଦ୍ରକ ପୁରୁଣାବଜାର ମାମଲାରେ ୮ ଓ ଧାମନଗର ମାମଲରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। 

ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ପୋଷ୍ଟ କରିଥିଲେ, ଯାହାକୁ ସଂପୃକ୍ତ ସଂପ୍ରଦାୟର ଲୋକମାନେ ବିରୋଧ ସହ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକ ଓ ପଦଯାତ୍ରାରୁ ବିରତ ହେବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ କିଛି ଶୁଣି ନଥିଲେ। ଗିରଫଦାରୀ ନେଇ ଅଡ଼ିବସିଥିଲେ। ଏପରି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଠେଲାପେଲା ଏବଂ ପରେ କଥା ଆକ୍ରମଣ ଯାଏ ଯାଇଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଆଖିବୁଜା ପଥର ଓ ଇଟା ମାଡ଼ କରିଥିଲେ। ଏମିତି କି ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଟାଉନ୍‌ ଥାନା ଏସ୍ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ହୋଇଥିଲେ।
section 144
ସେହିପରି ସିଟି ଡିଏସ୍‌ପି ଅଂଶୁମାନ ଦ୍ଵିବେଦୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଭଦ୍ରକ ଟାଉନ୍ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ି ସହ ରାସ୍ତାରେ ଥିବା କିଛି ବାଇକ୍‌ ଓ ସାଇକେଲ୍‌କୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ପୁଲିସ ଲାଠିଚାର୍ଜ କରିଥିଲା। ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ତେବେ ସମ୍ଭାବ୍ୟ ଗଣ୍ଡାଗୋଳକୁ ଦୃଷ୍ଟିରେ ରଖି ଭଦ୍ରକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଥିଆ ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି। ଯାହା ଅନିର୍ଦ୍ଦିଷ୍ଟ ସମୟ ଯାଏ ବଳବତ୍ତର ରହିବ ବୋଲି କୁହାଯାଇଛି। ସେହପିରି ୭ ପ୍ଲାଟୁନ୍‌ରୁ ଅଧିକ ପୁଲିସ୍‌ ଫୋର୍ସ ମଧ୍ୟ ମୁତୟନ ଅଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe