ମୋବାଇଲ ଟାୱର ବସିଲା: ନକ୍ସଲ ଅଞ୍ଚଳର ଗ୍ରାମବାସୀ ପାଇବେ ନେଟୱର୍କର ସୁବିଧା

Advertisment

ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା। ନକ୍ସଲଙ୍କର ତାଗିଦ ଯୋଗୁଁ ଲୋକେ ମୋବାଇଲ ଧରିବାକୁ ଭୟ କରୁଥିଲେ। ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା।

ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା। ନକ୍ସଲଙ୍କର ତାଗିଦ ଯୋଗୁଁ ଲୋକେ ମୋବାଇଲ ଧରିବାକୁ ଭୟ କରୁଥିଲେ। ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା।

Naxal and mobile tower

Naxal and mobile tower Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା। ନକ୍ସଲଙ୍କର ତାଗିଦ ଯୋଗୁଁ ଲୋକେ ମୋବାଇଲ ଧରିବାକୁ ଭୟ କରୁଥିଲେ। ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଗୁଞ୍ଜେପର୍ତ୍ତି ଗ୍ରାମରେ ସୋମବାର ଦିନ ଏକ ମୋବାଇଲ ଟାୱର ସ୍ଥାପନ କରାଯାଇଛି।

ଏହି ଅଂଚଳରେ ନକ୍ସଲ ନିଜର ପତିଆରା ବଢାଉଥିବା ବେଳେ ଲୋକଙ୍କୁ ଅତି କଦର୍ଯ୍ୟ ଭାବେ ହତ୍ୟା କରି ଚାଲିଥିଲେ। ଏଠାରେ ଜିଓ ଟାଵାର ବସିବା ପରେ ଏହି ଅଂଚଳର ଦଶ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ ବୋଲି କୁହାଯାଇଛି। ନକ୍ସଲଙ୍କୁ ପ୍ରତିହତ କରିବା ପାଇଁ ଏହି ଟାୱର ବେଶ କାର୍ଯ୍ୟ କରିବ ବୋଲି କୁହାଯାଇଛି। 

ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି। ନକ୍ସଲ ଏଠାରୁ ବିତାଡିତ ହେବା ସହ ନିଜର ସ୍ଥିତି ଏବେ ଖୋଜୁଛନ୍ତି। ସରକାରଙ୍କର ଲଗାତାର ଅପରେସନରେ ନକ୍ସଲ ସଂଗଠନ ଭୁଶୁଡ଼ି ଯାଇଛି। ଏହି ଅଂଚଳର ଲୋକେ ମୋବାଇଲରେ ନିଜର ପିଲାଙ୍କୁ ପାଠ ପଢାଇବା ସହଯୋଗ କରାଇପାରିବେ ବୋଲି କହିଛନ୍ତି। ମୋବାଇଲ ସେବା ଯୋଗୁଁ ଦୁନିଆ ଏବେ ଏହି ଦୁର୍ଗମ ଅଂଚଳର ଲୋକଙ୍କ ହାତ ପାହାନ୍ତାରେ ଆସିଥିବା କୁହାଯାଇଛି। 

Naxal | Chhattisgarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe