‘ବିପର୍ଯ୍ୟୟର ଭୟାବହତା ଓ ତା’ର ମୁକାବିଲା‌ ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ’

Advertisment

ବେତନଟୀ ବ୍ଲକ ପାଟୋଳିପୁରା ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀ ପଠାସ୍ଥିତ ବେଲାଣପୁର ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବେତନଟୀ ବ୍ଲକ ପାଟୋଳିପୁରା ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀ ପଠାସ୍ଥିତ ବେଲାଣପୁର ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

930dd35c-d62e-4928-8c2a-e46c48a455f5

Baisinga of Mayurbhanj district. Photograph: (sambad.in)

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ପ୍ରଶାସନ ଓ ନାଖରାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଫୋର୍ଡ’ର ମିଳିତ ଆନୁକୁଲ୍ୟରେ ବେତନଟୀ ବ୍ଲକ ପାଟୋଳିପୁରା ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀ ପଠାସ୍ଥିତ ବେଲାଣପୁର ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସଚେତନତା ଓ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ମମତା ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ସୁଶାନ୍ତ କୁମାର ସୂତାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭଉଦ୍‌ଘାଟନ କରିଥିଲେ।

ସନ୍ତୋଷ କୁମାର ଖଣ୍ଡା ସ୍ବାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଅତିଥି ଭାବେ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ, ମୁଖ୍ୟବକ୍ତା ଭାବେ ଡଃ ରମାକାନ୍ତ ମହାନ୍ତ, ସମ୍ମାନନୀୟ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟା ମମତା ଗୋଚ୍ଛାୟତ ଓ ଅବସର ପ୍ରାପ୍ତ ଜେଲର ସନ୍ତୋଷ ଦୁର୍ଗା ଯୋଗଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁତାର, ବିପର୍ଯ୍ୟୟର ଭୟାବହତା ଓ ତା’ର ମୁକାବିଲା‌ ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

ସେହିଭଳି ବନାଞ୍ଚଳ ଅଧିକାରୀ ଶ୍ରୀ ଖାନ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସୂଚନାର ଯଥାଶୀଘ୍ର ପ୍ରସାରଣ, ବିପର୍ଯ୍ୟୟ ସମୟରେ କ୍ଷୀପ୍ର ପଦକ୍ଷେପ ତଥା ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ଗ୍ରସ୍ଥ ଲୋକଙ୍କ ସହାୟତା ଓ ଆଶୁ କ୍ଷତିପୂରଣ ଉପରେ ସମସ୍ତ ସ୍ତରରେ ପ୍ରୟାସ କରିବାକୁ ପ୍ରବର୍ତ୍ତାଇଥିଲେ। ପରେ ନୂଆ ଜ୍ଞାନ କୌଶଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସମ୍ପତ୍ତିହାନୀକୁ ରୋକାଯାଇ ପାରିବ, ସେ ସଂପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା।

ବେତନଟୀ ଅଗ୍ନିଶମ ବିଭାଗର ଅଧିକାରୀବୃନ୍ଦ ବନ୍ୟା, ବାତ୍ୟା, ବଜ୍ରାଘାତ, ଭୂମିକମ୍ପ, ସର୍ପଘାତ, ପ୍ରାଥମିକ ଚକିତ୍ସା ଉପରେ ଉପାଦେୟତା ତଥ୍ୟ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରାଇଥିଲେ। କର୍ମଶାଳାରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଳ ଓ ପରିମଳ, ତହସିଲ, ଅଗ୍ନିଶମ, ବୈଶିଙ୍ଗା ଥାନା, ସମନ୍ବିିତ ଶିଶୁ କଲ୍ୟାଣ, ବନବିଭାଗ, ସମେତ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ର୍ନିବାହୀ ଅଧିକାରୀ, ଅଙ୍ଗନୱାଡ଼ି ଓ ଆଶା କର୍ମୀ, ସ୍ଥାନୀୟ ଯୁବଗୋଷ୍ଠୀ ଛାତ୍ରଛାତ୍ରୀ, ସୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

 Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe