ଶତ୍ରୁର ଆକ୍ରମଣ ସ୍ଥିତିରେ ସୁରକ୍ଷା ଲାଗି ପ୍ରସ୍ତୁତି ବୈଠକ ଶେଷ, ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ସାଇରନ୍

Advertisment

ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ। ରାଜ୍ୟର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ଏହା ହେବ।

ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ। ରାଜ୍ୟର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ଏହା ହେବ।

nj

ଭୁବନେଶ୍ୱର: ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ। ରାଜ୍ୟର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ଏହା ହେବ।
ତାଳଚେରରେ କାଟେଗୋରି ୱାନ୍ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି ଟୁ ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା ଏବଂ କାଟେଗୋରି ଥ୍ରି ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ଏଥିରେ ଏନସିସି, ସ୍ବେଚ୍ଛାସେବୀ ସଂଗଠନ, ଆପଦାମିତ୍ରଙ୍କୁ ବି ସାମିଲ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଆସନ୍ତାକାଲି ଅପରାହ୍ଣ ୪ଟାରେ ସାଇରନ୍ ବାଜିବ। ୫ମିନିଟ ଧରି ସାଇରନ ବାଜିବ। ଯୁଦ୍ଧକୁ କେଉଁଭଳି ମୁକାବିଲା କରିହେବ ସେଥିପାଇଁ ଏ ପ୍ରସ୍ତୁତି କରାଯିବ।  କେଉଁ ଅଞ୍ଚଳରେ ମକ୍ ଡ୍ରିଲର ଆବଶ୍ୟକତା ରହିଛି ସେନେଇ ଜିଲ୍ଲା କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ। ପକ୍କା ଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ। କଚ୍ଚା ଘର ଲୋକଙ୍କୁ  ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନିଆଯିବ। ଯୁଦ୍ଧ ସମୟରେ ରେଡ୍ କ୍ରସ ଓ ଗୋଳାବାରୁଦ ସଂରକ୍ଷଣ ସ୍ଥାନକୁ ଆକ୍ରମଣ କରାଯାଏ ନାହିଁ। ତେଣୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି, କେମିତି ସୁରକ୍ଷିତ ରଖିହେଵ। ଏବେ ସୁଦ୍ଧା ଯୁଦ୍ଧ ହୋଇନାହିଁ । କିନ୍ତୁ ଯଦି ହୁଏ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲା ଓ ସହରାଞ୍ଚଳରେ ମକ୍ ଡ୍ରିଲ୍ ହେବ।

ଏଥିରେ ଭିସିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଡ଼ି ହୋଇଛନ୍ତି। ଏଣେ ବରିଷ୍ଠ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ, ଆର କେ ଶର୍ମା  ଏବଂ ଗୃହ ସଚିବ ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି। ଏମାନେ ମକ ଡ୍ରିଲ ପୂର୍ବରୁ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।

ତାଳଚେରରେ କାଟେଗୋରି ୱାନ୍ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି ଟୁ ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା ଏବଂ କାଟେଗୋରି ଥ୍ରି ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ଏଥିରେ ଏନସିସି, ସ୍ବେଚ୍ଛାସେବୀ ସଂଗଠନଙ୍କୁ ବି ସାମିଲ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଆସନ୍ତାକାଲି ଅପରାହ୍ଣ ୪ଟାରେ ସାଇରନ୍ ବାଜିବ। ଶତ୍ରୁର ଆକ୍ରମଣ ସ୍ଥିତିରେ ସୁରକ୍ଷା ଲାଗି ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଏଥିରେ ଭିସିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଡ଼ି ହୋଇଛନ୍ତି। ଏଣେ ବରିଷ୍ଠ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ, ଆର କେ ଶର୍ମା  ଏବଂ ଗୃହ ସଚିବ ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି। ଏମାନେ ମକ ଡ୍ରିଲ ପୂର୍ବରୁ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି।

ତେଣେ ଆସନ୍ତାକାଲି ମକ୍ ଡ୍ରିଲ୍ ନେଇ ଗୃହ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଗୃହ ବିଭାଗ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଅଗ୍ନିଶମ ଡିଜିଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe