ରାୟଗଡ଼ା ଡିଭିଜନକୁ ମୋଦୀ କ୍ୟାବିନେଟ୍‌ରେ ଅନୁମୋଦନ

ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଅନୁସାରେ ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ।

Rayagada Railway Station

Rayagada Railway Station Photograph: (Sambad )

ଭୁବନେଶ୍ବର: ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଅନୁସାରେ ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ। ସେହିପରି ଏକ ନୂଆ ରେଳ ଡିଭିଜନ- ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ। ଏହି ଡିଭିଜନ ଅଧିନରେ  କୋଟ୍ଟାଭାଲାସା-ବାଚେଲି, କୁନେରୁ-ଥେରୁବାଲି ଜେ.ଏନ୍, ସିଙ୍ଗାପୁର ରୋଡ୍-କୋରାପୁଟ ଜଙ୍କ୍‌ସନ୍‌ ଏବଂ ପାରଳାଖେମୁଣ୍ଡି-ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ।

ନୂତନ ଭାବେ ପ୍ରତିଷ୍ଠିତ ରାୟଗଡା ରେଳମଣ୍ଡଳ ଭାରତୀୟ ରେଳବାଇର ୭୦ତମ ରେଳମଣ୍ଡଳ ହୋଇଛି। ଓଡ଼ିଶାର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ରେଳ କାର୍ଯ୍ୟର ତଦାରଖ ପାଇଁ ଏହି ରେଳମଣ୍ଡଳ ଉତ୍ତରଦାୟୀ ରହିବ।

ରାୟଗଡା, କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ସମେତ ଆଦିବାସୀ ବହୁଳ ତଥା ଆକାଂକ୍ଷା ଜିଲ୍ଲାର ସ୍ୱାର୍ଥ ପାଇଁ ଏହି ରେଳମଣ୍ଡଳ ସେବା କରିବ। ଏହି ଅଞ୍ଚଳର ରଣନୀତିକ ଅବସ୍ଥାନ ଓ ବୃଦ୍ଧି ପାଉଥିବା ଗୁରୁତ୍ୱ ଓଡ଼ିଶା ରେଳ ନେଟୱର୍କର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଭାଗୀୟ ମୁଖ୍ୟାଳୟର ତ୍ୱରିତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଏବଂ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶକୁ ସୁନିଶ୍ଚିତ କରିବାକୁ ଡିଆରଏମ୍‌ ନିଯୁକ୍ତ କରାଯାଇଛି। ଅମିତାଭ୍‌ ସିଂଘଲ ନୂଆ ଡିଆରଏମ୍‌ ଭାବେ ନିଯୁକ୍ତ ହୋଇଛନ୍ତି। 

ଏହି ପଦକ୍ଷେପ ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ପକାଇବ। ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି, ସ୍ଥାନୀୟ ଶିଳ୍ପ ସହ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ବହୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଉନ୍ନତ ରେଳ ସେବା ସହ ସ୍ଥାନୀୟ ଜନସମୂଦାୟର ବଜାର ଚାହିଦା, ସ୍ୱାସ୍ଥ୍ୟସେବା, ଶିକ୍ଷା ପାଇଁ ବର୍ଦ୍ଧିତ ରେଳ ଭିତ୍ତିଭୂମି ଓ ଯୋଗାଯୋଗ ବହୁପରିମାଣରେ ସହାୟତା ପ୍ରଦାନ କରିବ। ଯାହାକି ଏହି ଅଞ୍ଚଳର ଅଧିବାସୀଙ୍କ ପାଇଁ ଏକ ଉନ୍ନତମାନର ଜୀବନଯାପନ ପ୍ରଣାଳୀ ଅଭିଜ୍ଞତା ପ୍ରଦାନ କରିବ। କୋରାପୁଟ-ରାୟଗଡା ରେଳମାର୍ଗ ପୂର୍ବଘାଟଗୁଡ଼ିକର ଚମତ୍କାର ସୌନ୍ଦର୍ଯ୍ୟମୟ ଦୃଶ୍ୟ ପ୍ରଦାନ କରିବା ସହିତ ଏହି ମାର୍ଗଗୁଡ଼ିକ ସବୁଜିମା, ଜଳପ୍ରପାତ, ଆଦିବାସୀ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଦୃଶ୍ୟମାନ ବିଶେଷ ଅଭିଜ୍ଞତା ପ୍ରଦାନ କରେ। ଉଭୟ ଜାତୀୟ ତଥା ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳ ଆକର୍ଷିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe