ମାଛ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ମାରି ଲୁଟିଲେ ଟଙ୍କା ଓ ବାଇକ୍‌

Advertisment

ପୁଣି ଦୁର୍ବୃତ୍ତଙ୍କ ଭଦ୍ରକ ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ରାଜରାସ୍ତାରେ ମାଛ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଭୁଜାଲି ମୁନରେ ଲୁଟିନେଲେ ଟଙ୍କା ଓ ବାଇକ୍‌। ଘଟଣା ଘଟିଛି ଭଦ୍ରକ ସହରର ଡ଼ାହାଣିଗଢିଆ ଛକ ନିକଟରେ।

ପୁଣି ଦୁର୍ବୃତ୍ତଙ୍କ ଭଦ୍ରକ ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ରାଜରାସ୍ତାରେ ମାଛ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଭୁଜାଲି ମୁନରେ ଲୁଟିନେଲେ ଟଙ୍କା ଓ ବାଇକ୍‌। ଘଟଣା ଘଟିଛି ଭଦ୍ରକ ସହରର ଡ଼ାହାଣିଗଢିଆ ଛକ ନିକଟରେ।

IMG-20250813-WA0015

ଭଦ୍ରକ: ପୁଣି ଦୁର୍ବୃତ୍ତଙ୍କ ଭଦ୍ରକ ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ରାଜରାସ୍ତାରେ ମାଛ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଭୁଜାଲି ମୁନରେ ଲୁଟିନେଲେ ଟଙ୍କା ଓ ବାଇକ୍‌। ଘଟଣା ଘଟିଛି ଭଦ୍ରକ ସହରର ଡ଼ାହାଣିଗଢିଆ ଛକ ନିକଟରେ।

ଆଜି ସକାଳୁ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଗୌଡ଼ଦିଆ ଗ୍ରାମର ମାଛ ବ୍ୟବସାୟୀ ରଞ୍ଜନ ଦାସ ଭଦ୍ରକକୁ ମାଛ ନେବାକୁ ଆସୁଥିବା ବେଳେ ଡାହାଣୀଗଢ଼ିଆ ପୋଲ ଉପରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ହଠାତ ଅଟକାଇବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ପରେ ଭୁଜାଲି ଦେଖାଇ ତାଙ୍କ ପକେଟରେ ଥିବା ପାଞ୍ଚ ହଜାର ଟଙ୍କା ଲୁଟ କରିବା ସହିତ ବାଇକ୍‌ ଛଡ଼ାଇ ଫେରାର ହୋଇଯାଇଥିଲେ।

ରଞ୍ଜନଙ୍କୁ ସ୍ଥାନୀୟ କିଛି ଲୋକ ଉଦ୍ଧାର କରିବା ସହିତ ଭଦ୍ରକ ମେଡିକାଳରେ ଭର୍ତ୍ତି କରିଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ରଞ୍ଜନଙ୍କ ଗୋଟିଏ ହାତ ଭାଙ୍ଗି ଯାଇଛି। ଘଟଣାକୁ ନେଇ ଭଦ୍ରକ ଟାଉନ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି। 

Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe