ହେଲମେଟ ନପିନ୍ଧିବାରୁ ୧୦୧ ଜଣଙ୍କୁ ଜରିମାନା; ଲକ୍ଷାଧିକ ଟଙ୍କାର ଚାଲାଣ କଟିଲା

ୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ମାନିଆ ଗାଡ଼ିଚାଳକମାନେ ସାବାଡ଼ ହୋଇଛନ୍ତି। ପୁଲିସ ପକ୍ଷରୁ ଟ୍ରାଫିକ କଟକଣାକୁ କଡାକଡି ପାଳନ ସହିତ ଅମାନିଆଙ୍କୁ ସାବାଡ଼ କରାଯାଇଛି। ଗୋଟିଏ ଦିନରେ ବିନା ହେଲମେଟରେ ଗାଡି ଚଳାଚଳ କରୁଥିବା ୧୦୧ଜଣ ଚାଳକଙ୍କୁ ଏକଲକ୍ଷ ୧ହଜାର ଟଙ୍କାର ଜରିମାନା କଟାଯାଇଛି l

Helmate checking

Representation Photo: Free Press Journal

ବୈଶିଙ୍ଗା: ଅମାନିଆ ଗାଡ଼ି ଚାଳକମାନେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ସାବାଡ଼ ହୋଇଛନ୍ତି। ପୁଲିସ ପକ୍ଷରୁ ଟ୍ରାଫିକ କଟକଣାକୁ କଡାକଡି ପାଳନ ସହିତ ଅମାନିଆଙ୍କୁ ସାବାଡ଼ କରାଯାଇଛି। ଗୋଟିଏ ଦିନରେ ବିନା ହେଲମେଟରେ ଗାଡି ଚଳାଚଳ କରୁଥିବା ୧୦୧ଜଣ ଚାଳକଙ୍କୁ ଏକଲକ୍ଷ ୧ହଜାର ଟଙ୍କାର ଜରିମାନା କଟାଯାଇଛି l

କିଛିଦିନ ଧରି ବିନା ହେଲମେଟରେ ଅମାନିଆ ଗାଡିଚାଳକଙ୍କ ପ୍ରାଦୁର୍ଭାବ ବଢିଯାଇଥିବା ବେଳେ ଦୁର୍ଘଟଣା ମଧ୍ୟ ବଢିଯାଇଥିଲାl ବୈଶିଙ୍ଗା ଥାନା ଆଇଆଇସି ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକାଧିକ ଟିମ ବିଭିନ୍ନ ସ୍ଥାନରେ ଗୁରୁବାର ବିନା ହେଲମେଟରେ ଚଳାଚଳ କରୁଥିବା ବାଇକଚାଳକଙ୍କୁ ଧରିଥିଲେ l

ତେବେ ଗୋଟିଏ ଦିନରେ ୧୦୧ଜଣ ବିନାହେଲମେଟରେ ଚଳାଉଥିବା ଗାଡି ଚାଳକଙ୍କୁ ଏକଲକ୍ଷ ୧ହଜାର ଟଙ୍କାର ଜରିମାନା କାଟି ବୈଶିଙ୍ଗା ପୁଲିସ ଜିଲ୍ଲାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି l ଅମାନିଆ ବାଇକ ଚାଳକଙ୍କୁ ସାବାଡ଼ କରାଇବାକୁ ବୈଶିଙ୍ଗା ପୁଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe