Cows Rescued At Dhamnagar: ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରୁ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ

ଭଦ୍ରକ ଧାମନଗର ଥାନା ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରେ ଗୋ ସେବକ ତଥା ଗୋ ସୁରକ୍ଷା କର୍ମୀମାନେ ରାତି ୨ଟା ୩୦ ସମୟରେ ୨ଟି ଗୋରୁ ବୋଝେଇ ଟ୍ରକକୁ ଅଟକାଇଥିଲେ।

cows rescued at dhamnagar

cows rescued at dhamnagar Photograph: (Sambad.in)

ଅସୁରାଳି/ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ ଗୋଚାଲାଣ ବନ୍ଦ ହେଉନାହିଁ। ପୁଲିସ ବି ବିଶେଷ ସତର୍କ ଦୃଷ୍ଟି ଦେଉନାହିଁ। କେବଳ ଗୋ ସେବକମାନଙ୍କ ଅହରହ ପ୍ରୟାସ ଯୋଗୁ ଅନେକ ସମୟରେ ବେଆଇନ ଗୋଚାଲାଣ ଗୋରୁଗାଡ଼ି ଜବତ ହେଉଛି ଏବଂ ଗୋରୁମାନଙ୍କୁ ଉଦ୍ଧାର କରାଯାଇପାରୁଛି।

ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର

ସୂଚନା ଅନୁଯାୟୀ ପାଣିକୋଇଲିରୁ ଆସୁଥିଲା ବେଆଇନ ଗୋରୁ ବୋଝେଇ ଦୁଇଟି ବଡ଼ ଟ୍ରକ।  ଏହି ଦୁଇ ଟ୍ରକରେ  ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଛନ୍ତି ଗୋ ସୁରକ୍ଷା କର୍ମୀ। ଭଦ୍ରକ ଧାମନଗର ଥାନା ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରେ ଗୋ ସେବକ ତଥା ଗୋ ସୁରକ୍ଷା କର୍ମୀମାନେ ରାତି ୨ଟା ୩୦ ସମୟରେ ୨ଟି ଟ୍ରକକୁ ଅଟକାଇଥିଲେ। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ଧାମନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ପୁଲିସର ଉପସ୍ଥିତିରେ ଗୋ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଦୁଇ ଟ୍ରକ ସହ ଗୋରୁଙ୍କୁ ନେଇ ବାଲେଶ୍ବର ଜିଲ୍ଲା ମଇତାପୁରରେ ଗୋଶାଳାକୁ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ମିଛ ଚାକିରି ନାଁରେ ଠକେଇ ତାତିଲେ ଠକେଇର ଶିକାର ମହିଳା

ଏଣେ କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ପୁଣି ଗୋ ଚାଲାଣକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବାରମ୍ବାର ଗୋରୁ ଗାଡ଼ି ଧରପଗଡ ପାଇଁ ଏହି ବେଆଇନ ଗୋ ଚାଲାଣ ବନ୍ଦ ରହିଥିଲା। ମାତ୍ର କିଛି ଦିନର ବିରତି ପରେ ପୁଣି ଗୋ ମାଫିଆ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଜୟପୁର ସଦର ଥାନାଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଏୟାରପୋର୍ଟ ଛକ ନିକଟରୁ ଗୋଟିଏ ଟ୍ରକ ନବରଙ୍ଗପୁର ରୁ ଭଦ୍ରାଞ୍ଚଳମ ଗୋ ଚାଲାଣ ହେଉଥିଲା। ଜୟପୁର ହିନ୍ଦୁ ସମାଜର କର୍ମକର୍ତ୍ତାମାନେ ଗୋଚାଲଣ ହେଉଥିବା ଖବର ପାଇବା ପରେ ବୋରିଗୁମ୍ମା ଠାରୁ ଜୟପୁର ସଦରଥାନା ପର୍ଯ୍ୟନ୍ତ ବିଭିନ୍ନ ଛକ ମାନଙ୍କରେ ଗାଡ଼ିକୁ ଅନୁଧ୍ୟାନ କରୁଥିଲେ। ଗାଡ଼ି ଜୟପୁର ସଦର ଥାନା ଅଞ୍ଚଳରେ ପହଞ୍ଚିବା ପରେ ହିନ୍ଦୁ ସମାଜ କର୍ମକର୍ତ୍ତାମାନେ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗାଡ଼ିକୁ  ଜବତ କରିଥିଲେ। ଏବ˚ ଗାଡ଼ିକୁ ସଦରଥାନାକୁ ଆଣିବା ପରେ ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖିଥିଲେ। 

ଆହୁରି ପଢ଼ନ୍ତୁ: Ornaments Loot At Soro: ପୁଲିସକୁ ଡରୁନାହାନ୍ତି ଅପରାଧୀ: ହାତଗୋଡ଼ ବାନ୍ଧି ଲୁଟିନେଲେ ୫ ଲକ୍ଷର ଗହଣା

Cattle smuggling

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe