୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସମେତ ୪ଶିକ୍ଷକଙ୍କୁ ଝାଡାବାନ୍ତି

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ ଶିକ୍ଷକ ଅସୁସ୍ଥ ହୋଇପଡିଛନ୍ତି l ବିଗତ ୨ ଦିନ ହେଲା ଜଣେ ପରେ ଜଣଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଉଛି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ ଶିକ୍ଷକ ଅସୁସ୍ଥ ହୋଇପଡିଛନ୍ତି l ବିଗତ ୨ ଦିନ ହେଲା ଜଣେ ପରେ ଜଣଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଉଛି।

b

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ ଶିକ୍ଷକ ଅସୁସ୍ଥ ହୋଇପଡିଛନ୍ତି l ବିଗତ ୨ ଦିନ ହେଲା ଜଣେ ପରେ ଜଣଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଉଛି। କୁରାଢ଼ିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ଭୋଗ ଖାଇ ଭୋଗ ଖାଇବା ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିବା ଆଶଙ୍କା କରାଯାଉଛି।

ବେତନଟୀ ବ୍ଲକ୍‌ ସଇତପୁର ପଞ୍ଚାୟତ କୁରାଢ଼ିକ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ହୋଇଥିଲା। ପୂଜାରେ ଚୁଡ଼ା ଭୋଗ ସହିତ ସ୍ଥାନୀୟ ଦୋକାନରୁ ସେଓବୁନ୍ଦିଆ ଅଣାଯାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବଣ୍ଟାଯାଇଥିଲାl ଗଣେଶ ପୂଜା ସରିବା ପରେ ଭୋଗ ଖାଇ ସମସ୍ତେ ଘରକୁ ଫେରିଥିଲେl ହେଲେ ସେହି ଦିନ ରାତିରୁ ଜଣେ ପରେ ଜଣେ ଛାତ୍ରଛାତ୍ରୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଓ ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲାl 

ସେହିପରି ଭୋଗ ଖାଇ ୩ଶିକ୍ଷକ ଓ ବିଦ୍ୟାଳୟ କମିଟି ଅଧକ୍ଷ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି l କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି l ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଖା ମହାନ୍ତ, ଲକ୍ଷ୍ମୀ ମହାନ୍ତ, ଆଲୋକ ମହାନ୍ତ, ନିରୁପମା ମହାନ୍ତ, ଚନ୍ଦନ ହାଁସଦା, ରୁହ୍ୟା କିସ୍କୁ, ସାବିତ୍ରୀ ମାର୍ଣ୍ଡି, ସତ୍ୟଭାମା ମହାନ୍ତ, ରାଜବାବୁ ମହାନ୍ତ, ସଂଗୀତା ମହାନ୍ତ, ସିପୁନ ମହାନ୍ତ, ନରେଶ ମହାନ୍ତ ପ୍ରମୁଖ ଅଧିକ ଗୁରୁତର ହୋଇଥିଲେ l ସେହିଭଳି ବିଦ୍ୟାଳୟ କମିଟି ଅଧକ୍ଷ ସଂଜିତ ମହାନ୍ତଙ୍କ ସମେତ ଶିକ୍ଷକ କୁର୍ତ୍ତିବାସ ଜେନା, ଚିନ୍ତାମଣି ମହାନ୍ତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଳାସ ଚନ୍ଦ୍ର ମହାନ୍ତ ପ୍ରମୁଖ  ଚିକିତ୍ସାଧୀନ ଅଛନ୍ତି l ଏହି ବିଦ୍ୟାଳୟରେ ମୋଟ ୯୧ଛାତ୍ର ଛାତ୍ରୀ ପଢ଼ୁଥିବା ଆଜି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଛାଡିଦେଲେ ଅନ୍ୟମାନେ ମଧ୍ୟ ବିଦ୍ୟାଳୟକୁ ଆସିନଥିଲେ l କେବଳ ହାତଗଣତି ଅଳ୍ପ କେତୋଟି ପିଲା ଆସିଥିଲେ l

ପ୍ରସାଦ ଖାଇବା ପରେ ଅଭିଭାବକ ଓ ସ୍କୁଲ ପିଲାମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡ଼ିକାଲ୍‌ ଟିମ୍‌ କୁରାଢ଼ିକ ଗାଁକୁ ଆସି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିବାର ସୂଚନା ମିଳିଛି ଏବଂ ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷିଣ ନଜର ରଖିଛି ମେଡ଼ିକାଲ୍‌ ଟିମ୍‌ l ତେବେ ଅସୁସ୍ଥ ଶିକ୍ଷକଙ୍କ କହିବା କଥା କି ସବୁବର୍ଷ ଚୁଡା ଭୋଗ ଖାଇଲେ ବି କିଛି ହୋଇନଥାଏ କିନ୍ତୁ ଏଥର ସ୍ଥାନୀୟ ଦୋକାନରୁ ଆସିଥିବା ସେଓବୁନ୍ଦିଆ ବୋଧେ ନିମ୍ନ ମାନର ଥିଲା ଯୋଉଁଥିପାଇଁ ତାକୁ ଖାଇ ଝାଡ଼ାବାନ୍ତି ହୋଇଥିବା ଅଭିଯୋଗ ହୋଇଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe