ବନାଗ୍ନି ରୋକିବ ସ୍ବତନ୍ତ୍ର ନିରୋଧକ ମଞ୍ଚା: ୨୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ

Advertisment

ପ୍ରତିବର୍ଷ ଖରାଦିନ ଆସିଲେ ବନ ବିଭାଗର ମୁଣ୍ଡବିନ୍ଧା ବଢ଼ୁଛି। କାରଣ ଜଙ୍ଗଲରେ ଲାଗୁଥିବା ନିଆଁ ନାକେଦମ କରୁଛି। ପୋଡ଼ୁଚାଷ ସହ ଜଙ୍ଗଲ ଜମି ହାସଲ ଉଦ୍ଦେଶ୍ୟରେ ନିଆଁ ଲାଗୁଥିବାରୁ ପ୍ରକୃତି ଓ ପରିବେଶର ବିପୁଳ କ୍ଷତି ହେଉଛି।

ପ୍ରତିବର୍ଷ ଖରାଦିନ ଆସିଲେ ବନ ବିଭାଗର ମୁଣ୍ଡବିନ୍ଧା ବଢ଼ୁଛି। କାରଣ ଜଙ୍ଗଲରେ ଲାଗୁଥିବା ନିଆଁ ନାକେଦମ କରୁଛି। ପୋଡ଼ୁଚାଷ ସହ ଜଙ୍ଗଲ ଜମି ହାସଲ ଉଦ୍ଦେଶ୍ୟରେ ନିଆଁ ଲାଗୁଥିବାରୁ ପ୍ରକୃତି ଓ ପରିବେଶର ବିପୁଳ କ୍ଷତି ହେଉଛି।

swatnra mancha

swatnra mancha Photograph: (Sambad )

କୋରାପୁଟ: ପ୍ରତିବର୍ଷ ଖରାଦିନ ଆସିଲେ ବନ ବିଭାଗର ମୁଣ୍ଡବିନ୍ଧା ବଢ଼ୁଛି। କାରଣ ଜଙ୍ଗଲରେ ଲାଗୁଥିବା ନିଆଁ ନାକେଦମ କରୁଛି। ପୋଡ଼ୁଚାଷ ସହ ଜଙ୍ଗଲ ଜମି ହାସଲ ଉଦ୍ଦେଶ୍ୟରେ ନିଆଁ ଲାଗୁଥିବାରୁ ପ୍ରକୃତି ଓ ପରିବେଶର ବିପୁଳ କ୍ଷତି ହେଉଛି। ଯାହାକୁ ଲୋକେ ଅଣଦେଖା କରିଚାଲିଥିବାରୁ ବନ ବିଭାଗ ଉପରେ ଚାପ ବଢ଼ିବାରେ ଲାଗିଛି।

ସଚେତନତା ସତ୍ତ୍ବେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଚଳିତବର୍ଷ ନୂଆ କୌଶଳର ସାହାରା ନେଇ ବନ ବିଭାଗ ଜିଲ୍ଲାର ପ୍ରତି ସଂରକ୍ଷିତ ଜଙ୍ଗଲ ଓ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ସହ ଗାଁକୁ ଲାଗି ରହିଥିବା ଜଙ୍ଗଲରେ ଅଗ୍ନି ନିରୋଧକ ସ୍ବତନ୍ତ୍ର ମଞ୍ଚା ବାନ୍ଧିଛି। କୋରାପୁଟ ଜିଲ୍ଲାର ୧୨ଟି ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ୧୨୪ଟି ମଞ୍ଚା ବନ୍ଧାଯାଇଛି। ମୁଖ୍ୟତଃ କୋରାପୁଟ ଓ ଜୟପୁର ବନଖଣ୍ଡ ଅଧୀନରେ ରହିଥିବା କୋରାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗୀ, ଲମତାପୁଟ, ନନ୍ଦପୁର, ଜୟପୁର, ବୈପାରିଗୁଡା, କୁନ୍ଦୁରା ଓ ବୋରିଗୁମ୍ମା ଅଞ୍ଚଳରେ ମଞ୍ଚା ଦେଖିବାକୁ ମିଳିଛି।

ପ୍ରତି ମଞ୍ଚାରେ ତିନିଜଣ ଲେଖାଏଁ ବନରକ୍ଷୀ, ଭିଏସଏସ, ନିଆଁ ଲିଭାକାରୀ ଦଳ ରହିବେ। ଚଳିତମାସ ତତୃୀୟ ସପ୍ତାହରେ ମଞ୍ଚାରେ ବସି ଜଙ୍ଗଲକୁ ସୁରକ୍ଷା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ବର୍ଷା ଦିନ ଯାଏ ମଞ୍ଚା ରହିବ ବୋଲି ଜଣାପଡ଼ିଛି। ସେହିପରି ପାନୀୟ ଜଳ, ଓଆରଏସ୍, ଯୋଗାଯୋଗ ପାଇଁ ୱାକିଟକି ସହ ଫୋନ୍ର ବ୍ୟବସ୍ଥା କରାଯାଇଛି।

କୋରାପୁଟ ଡିଏଫଓ ଡିଏଫ୍ଓ କେ.ଭି ଭାସ୍କର ରାଓ, କୋରାପୁଟ ରେଞ୍ଜର ଏସ୍.କେ ପାହାଡସିଂହ କହିଛନ୍ତି, ସ୍ବତନ୍ତ୍ର ନିରୋଧକ ମଞ୍ଚାରେ ରହି ଜଙ୍ଗଲ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। 

ଏହି ନୂଆ ପରିକଳ୍ପନା ଯୋଗୁଁ ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧୀନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବା ଡିଏଫ୍ଓ କହିଛନ୍ତି। ୬ଟି ରେଂଜରେ ୬୦ଟି ସ୍ବତନ୍ତ୍ର ନିରୋଧକ ମଂଚା ସହ ନିଆଁ ଲିଭା ଯନ୍ତ୍ର, ୬ଟି ଅଗ୍ନିନିରୋଧକ ଗାଡ଼ି, ୯୦ଜଣ ୧୦ଜଣ ସ୍ବତନ୍ତ୍ର ନିଆଁଲିଭାକାରୀ ସ୍କ୍ବାର୍ଡ ସଦସ୍ୟ ସହ ରେଂଜ କର୍ମଚାରୀ ଆଦି ୧୨୦ଜଣ ନିୟୋଜିତ ରହିଛନ୍ତି ବୋଲି କହିଛନ୍ତି କୋରାପୁଟ ଡିଏଫଓ। ଏବେ ବି ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ଅଞ୍ଚଳରେ ପୋଡୁଚାଷ କରାଯାଉଛି ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାରୁ ଲୋକଙ୍କୁ ସଚେତନ କରାଯାଉଥିବା କୋରାପୁଟ ଡିଏଫ୍ଓ କହିଛନ୍ତି।

ସେହିପରି ଜୟପୁର ବନଖଣ୍ଡର ୬ଟି ରେଂଜର ୬୮ଟି ବିଟରେ ୬୮ଟି ନିଆଁ ଲିଭା ଯନ୍ତ୍ର ସହ ୬ଟି ବଲୋର ସହ ୧୦୦ଜଣ ସ୍ବତନ୍ତ୍ର ନିଆଁଲିଭାକାରୀ ସହ ସମସ୍ତ ବିଟରେ କର୍ମଚାରୀ, ୨୧୫ଟି ବନସୁରକ୍ଷା ସମିତି ନିୟୋଜିତ କରାଯାଇଛି ବୋଲି କହିଛନ୍ତି ଜୟପୁର ଡିଏପଓ ପିକେ ବେହେରା। ୨ଟି ଡିଭିଜନ କାର୍ଯ୍ୟାଳୟରେ ଏଥି ପାଇଁ୨ଟି  କଣ୍ଟ୍ରୋଲ ରୁମ ଖୋଲାଯିବା ସହ ୨ଟି  ଟିମ ପୁରା ପ୍ରସ୍ତୁତ କରି ରଖିବା ସହ ସବୁ ୧୨ଟି ଯାକ ରେଂଜରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ଉଭୟ ଡିଏଫଓ କହିଛନ୍ତି। ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସେଭଳି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନଥିବାରୁ ଯଦିବା ବନବିଭାଗ ଏମାନଙ୍କୁ ଧରି କୋର୍ଟକୁ ଚାଳାଣ କରିଲେ ତୁରନ୍ତ ଜାମିନରେ ବାହାରି ଆସୁଛନ୍ତି। ଏବଂ କ୍ଷେତ୍ର ବନବିଭାଗ କର୍ମଚାରୀ ଆକ୍ରୋଶର ଶୀକାର ହେଉଥିବା ବନବିଭାଗର ଅଧିକାରୀ ଜଣକ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe