Elephants River ବ୍ରାହ୍ମଣୀ ନଦୀରେ ଫସି ରହିଛନ୍ତି ୩ ରୁ ଊର୍ଦ୍ଧ୍ବ ହାତୀ

Advertisment

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧୀନ କାଲୁରିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ୩ ରୁ ଊର୍ଦ୍ଧ୍ବ elephant ଫସିରହି ଜଳକ୍ରୀଡ଼ା କରୁଛନ୍ତି। ବନବିଭାଗ ହାତୀଙ୍କୁ ବିରକ୍ତ ନ କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି।

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧୀନ କାଲୁରିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ୩ ରୁ ଊର୍ଦ୍ଧ୍ବ elephant ଫସିରହି ଜଳକ୍ରୀଡ଼ା କରୁଛନ୍ତି। ବନବିଭାଗ ହାତୀଙ୍କୁ ବିରକ୍ତ ନ କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି।

Untitled-12

elephants play in brahmani river Photograph: (sambad.in)

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧୀନ କାଲୁରିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ୩ ରୁ ଊର୍ଦ୍ଧ୍ବ ହାତୀ ଫସିରହି ଜଳକ୍ରୀଡ଼ା କରୁଛନ୍ତି।

ସୂଚନା ଅନୁସାରେ, ରୁପାବଳିଆ ସଂରକ୍ଷିତ ଜଙ୍ଗଲରୁ ହାତୀ ଆଜି ଭୋର୍ ୩ ଟା ସମୟରେ ବ୍ରାହ୍ମଣୀ ନଦୀ ପାର ହୋଇ ଅପରପାର୍ଶ୍ବରେ ଥିବା ମାର୍ଥାପୁର ଅଞ୍ଚଳକୁ ଯାଉଥିବା ସମୟରେ ସକାଳ ହୋଇଯିବାରୁ ଦଳର ଦୁଇଟି ବଡ଼ ହାତୀ ଓ ଗୋଟିଏ ଛୁଆ ହାତୀ ଯାଇନପାରି ନଦୀର ମାର୍ଥାପୁର ପାର୍ଶ୍ୱରେ ଫସି ରହି ଜଳକ୍ରୀଡ଼ା କରୁଛନ୍ତି। ଯୋରନ୍ଦା ବନପାଳ ଗଙ୍ଗାଧର ସାହୁ କର୍ମଚାରୀଙ୍କ ସହିତ ଜଗି ରହିଛନ୍ତି।

ଆହୁରି ପଢ଼ନ୍ତୁ:4 Lakhs Compensation College Girl ଛାତ୍ରୀ ଆତ୍ମହୁତି ଘଟଣା: ୪ ଲକ୍ଷ ଟଙ୍କା କ୍ଷତିପୂରଣ ଓ ବଡ଼ଝିଅକୁ ଚାକିରି ପ୍ରତିଶ୍ରୁତି ଦେଲେ ସରକାର

ହାତୀଙ୍କୁ ବିରକ୍ତ ନ କରିବାକୁ ନିବେଦନ

ନଦୀର ଉଭୟ ପାର୍ଶ୍ବରେ ଲୋକମାନେ ହାତୀଙ୍କ ଜଳକ୍ରୀଡ଼ା ଉପଭୋଗ କରୁଛନ୍ତି। ଅନେକ ଯୁବକ ଘଟଣା ସ୍ଥଳରୁ ଫଟୋ, ଭିଡିଓ ଉତ୍ତୋଳନ କରୁଛନ୍ତି। ବନବିଭାଗ ହାତୀଙ୍କୁ ବିରକ୍ତ ନ କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି। ସନ୍ଧ୍ୟା ହେଲେ ହାତୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଚାଲିଯିବେ ବୋଲି ଫରେଷ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe