ରାଉରକେଲା ଦେଇ ଯାଉଥିବା ୩୦ରୁ ଅଧିକ ଟ୍ରେନ୍‌ ବାତିଲ

ଦକ୍ଷିଣପୂର୍ବ ରେଳବାଇ ବିଳାସପୁର ଡିଭିଜନ୍‌ରେ ଉନ୍ନୟନମୂଳକ କାମ ଯୋଗୁ ରାଉରକେଲା ଦେଇ ଯାଉଥିବା ୩୦ରୁ ଅଧିକ ଟ୍ରେନ୍‌ ବାତିଲ ହେବ। ଆସନ୍ତା ଏପ୍ରିଲ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଚଳାଚଳ ବନ୍ଦ ରହିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Train in Rourkela

Train in Rourkela Photograph: (Sambad )

ରାଉରକେଲା: ଦକ୍ଷିଣପୂର୍ବ ରେଳବାଇ ବିଳାସପୁର ଡିଭିଜନ୍‌ରେ ଉନ୍ନୟନମୂଳକ କାମ ଯୋଗୁ ରାଉରକେଲା ଦେଇ ଯାଉଥିବା ୩୦ରୁ ଅଧିକ ଟ୍ରେନ୍‌ ବାତିଲ ହେବ। ଆସନ୍ତା ଏପ୍ରିଲ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଚଳାଚଳ ବନ୍ଦ ରହିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଟାଟାନଗର-ବିଳାସପୁର ଏକ୍ସପ୍ରେସ୍‌ ବାତିଲ ହୋଇଛି।

ଟାଟାନଗର-ଇତୱାରୀ ଏକ୍ସପ୍ରେସ୍‌ ଏପ୍ରିଲ ୧୧ରୁ ୨୪ ତାରିଖ, ସନ୍ତ୍ରାଗାଚ୍ଛି-ଜବଲପୁର ଏକ୍ସପ୍ରେସ୍‌ ଏପ୍ରିଲ ୧୬ରୁ  ୨୩ ତାରିଖ, ବିଳାସପୁର-ପାଟ୍‌ନା ଏକ୍ସପ୍ରେସ୍‌ ଏପ୍ରିଲ ୧୧ ଓ ୧୮ ତାରିଖ ବାତିଲ ହୋଇଛି। ହାୱଡା-ସିଏସ୍‌ଏମ୍‌ଟି ମୁମ୍ବାଇ ଏକ୍ସପ୍ରେସ୍‌  ଏପ୍ରିଲ ୧୧ ଓ ୧୮, ସେମିତି ସିଏସ୍‌ଏମ୍‌ଟି ମୁମ୍ବାଇ- ହାୱଡା ଏକ୍ସପ୍ରେସ୍‌ ଏପ୍ରିଲ ୧୩ ଓ ୨୦ ତାରିଖ ପାଇଁ ବାତିଲ ହୋଇଛି।

ହାୱଡା-ସାଇନଗର ସିରିଡି ଏକ୍ସପ୍ରେସ୍‌  ଏପ୍ରିଲ ୧୦ ଓ ୧୭ ତାରିଖ, ସାଇନଗର ସିରିଡି -ହାୱଡା ଏକ୍ସପ୍ରେସ୍‌  ଏପ୍ରିଲ ୧୨ ଓ ୧୯ ତାରିଖ ପାଇଁ ବାତିଲ ହୋଇଛି। ସେମିତି ପୁନେ-ହାୱଡା ଓ ହାୱଡା -ପୁନେ ଏପ୍ରିଲ ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ। ହାୱଡା-ପୁନେ ଦୂରନ୍ତ ଏକ୍ସପ୍ରେସ୍‌ ଆସନ୍ତା ଏପ୍ରିଲ ୧୦, ୧୨, ୧୭ ଓ ୧୯‌ ତାରିଖ ପାଇଁ ବାତିଲ ହୋଇଛି। ପୁନେ-ହାୱଡା ଦୂରନ୍ତ ଏକ୍ସପ୍ରେସ୍‌  ଏପ୍ରିଲ ୧୨, ୧୪, ୧୯, ଓ ୨୧ ତାରିଖରେ ଚଳାଚଳ କରିବ ନାହିଁ। ସେମିତି ରାଉରକେଲା ଦେଇ ଯାଉଥିବା ଏଲ୍‌ଟିଟି ମୁମ୍ବାଇ-ଶାଲିମାାର ଏକ୍ସପ୍ରେସ୍‌, ଶାଲିମାର-ଏଲ୍‌ଟିଟି ମୁମ୍ବାଇ ଏକ୍ସପ୍ରେସ୍‌ ଆଦି ଟ୍ରେନ୍‌ ଏପ୍ରିଲ ମାସ କିଛି ଦିନ ବାତିଲ ‌ରହିବ।

Rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe