ଲଘୁଚାପ ପ୍ରଭାବ: ଆହୁରି ୪୮ ଘଣ୍ଟା ଜାରି ରହିପାରେ ପ୍ରବଳ ବର୍ଷା

ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଆଗାମୀ ୨ ଦିନ ଯାଏ ପ୍ରବଳ ଛେଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Rain

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଆଗାମୀ ୨ ଦିନ ଯାଏ ପ୍ରବଳ ଛେଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସହ ଉତ୍ତର ଓଡିଶା ଉପକୂଳରେ ଅବସ୍ଥିତ ରହିଛି। ଏହାସହିତ ଜଡି଼ତ ଘୁର୍ଣ୍ଣିବଳୟ ବି ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି।ଲଘୁଚାପ  ୨୪ ଘଣ୍ଟା ମଧ୍ୟରେ ଓଡିଶା ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଗତି କରିବା। ପ୍ରଭାବରେ ଅହୁରୀ ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା  ୨୪ ଘଂଟାରେ ସାରା ରାଜ୍ୟରେ ହାଲୁକାରୁ ମାଧ୍ୟମଧରଣର ବର୍ଷା ଚେତାବନୀ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ କଟକ, ଖୋର୍ଦ୍ଧା , ପୁରୀଜଗତସିଂହପୁର ଏହି ୪ ଜିଲ୍ଲାକୁ  ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ଗଂଜାମ, ଗଂଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତାକାଲି  ସାରା  ରାଜ୍ୟରେ ବର୍ଷା ହେବାକୁ ଥିବା ବେଳେ ପ୍ରବଳ ବର୍ଷାକୁ ନେଇ ସମ୍ବଲପୁର ,ସୁନ୍ଦରଗଡ ଓ ଝାରସୁଗୁଡା ୩ ଜିଲ୍ଲାରେ ୟେଲୋ  ଆଲର୍ଟ ଜାରି ହୋଇଛି। ଏହିସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିମି ରହିପାରେ। ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ। ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ। ଆହୁରି ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଚଳିତ ବର୍ଷ ଓଡ଼ିଶାରେ ଅଧିକ ଥର ଲଘୁଚାପ ସୃଷ୍ଟିକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଏଥର ମୋୖସୁମୀ ଟ୍ରପ୍‌ର ଅବସ୍ଥିତି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂକ କଡରେ ରହିଛି। ଫଳରେ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି। କିନ୍ତୁ ନିମ୍ନରେଖାରେ ଲଘୁଚାପ ସକ୍ରିୟ ଯୋଗୁ ବର୍ଷା କମ ହେଉଛି।

ଅନ୍ୟପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ଗୋଟିଏ ସ୍ଥାନରେ ଅତି ପ୍ରବଳ ବର୍ଷା ସହ ୩ ସ୍ଥାନରେ ପ୍ରବଳ  ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ସର୍ବାଧିକ ୧୨୯ ମିମି ବର୍ଷା  ରେକର୍ଡ ହୋଇଛି। 

 Rain in Odisha | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe