ପୁଣି ଅଘଟଣ: ଡେକଚି ଭି‌ତରେ ମୁଣ୍ଡ ପଶାଇ ଦେଲା ବର୍ଷକର ଶିଶୁ

Advertisment

ଘରେ ଥିବା ଜିନିଷ ପତ୍ର ଠିକ୍‌ ସ୍ଥାନରେ ନରଖିଲେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଛୋଟଛୋଟ ପିଲାମାନେ କେତେବେଳେ କ’ଣ ଅଘଟଣ ଘଟାଇପାରନ୍ତି, ତାହା କେହି କହିପାରିବେନି। ଅସାବଧାନତା ଯୋଗୁଁ ପରିବାର ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ିବାରେ।

ଘରେ ଥିବା ଜିନିଷ ପତ୍ର ଠିକ୍‌ ସ୍ଥାନରେ ନରଖିଲେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଛୋଟଛୋଟ ପିଲାମାନେ କେତେବେଳେ କ’ଣ ଅଘଟଣ ଘଟାଇପାରନ୍ତି, ତାହା କେହି କହିପାରିବେନି। ଅସାବଧାନତା ଯୋଗୁଁ ପରିବାର ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ିବାରେ।

New Project (25)

କାମାକ୍ଷାନଗର: ଘରେ ଥିବା ଜିନିଷ ପତ୍ର ଠିକ୍‌ ସ୍ଥାନରେ ନରଖିଲେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଛୋଟଛୋଟ ପିଲାମାନେ କେତେବେଳେ କ’ଣ ଅଘଟଣ ଘଟାଇପାରନ୍ତି, ତାହା କେହି କହିପାରିବେନି। ଅସାବଧାନତା ଯୋଗୁଁ ପରିବାର ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ିବାରେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଜି ପୂର୍ବାହ୍‌ଣରେ ଏଭଳି ଏକ ଅଘଟଣ ଘଟିଛି। ଖେଳୁ ଥିବା ସମୟରେ ୧ବର୍ଷ ୪ମାସର ଶିଶୁ ଘରେ ଥିବା ଡେକିଚି ଭିତରେ ମୁଣ୍ଡ ପଶାଇ ଦେଇଛି, ଯାହାକି ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 

କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ ରବିବାର ସକାଳେ ମାନସ ଦାସଙ୍କ ୧ବର୍ଷ ୪ମାସର ଶିଶୁ ଘରେ ଖେଳୁଥିଲା। ଏହାର ଭିତରେ ସେ ଘରେ ଥିବା ଏକ ଡେକଚି ମୁଣ୍ଡରେ ପଶାଇ ଦେଇଥିଲା। ପରିବାର ଲୋକେ ଶିଶୁର ମୁଣ୍ଡରୁ ଏହାକୁ କାଢ଼ି ପାରି ନଥିଲେ। 

ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ସତର୍କତାର ସହିତ ଶିଶୁର ମୁଣ୍ଡରୁ ଏହାକୁ କାଢ଼ି ଥିଲେ। ପିଲାଟି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଡେକିଚିରେ ଖେଳ ପାଲଟିଲା କାଳ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। 

ସୂଚନାଯୋଗ୍ୟ, ଏହି ଭଳି ଘଟଣା ଗତ ୨୬ ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ଘଟିଥିଲା। କୋରୁକୋଣ୍ଡାର ପ୍ରଦୀପ ବିଶ୍ବାସ ସେଦିନ ବଜାରରୁ ଏକ ଗରା କିଣି ଆଣିଥିଲେ। ନୂଆ ଗରା ଦେଖି ଉତ୍ସାହିତ ହୋଇ ତାଙ୍କର ୩ ବର୍ଷ ବୟସର ପୁଅ ତନ୍ମୟ ଖେଳୁଖେଳୁ ଗରାରେ ମୁଣ୍ଡ ପୁରାଇବା ସହିତ ଏଥିରେ ଫସି ଯାଇଥିଲା। ପ୍ରଥମେ ଘରଲୋକ ଶିଶୁର ମୁଣ୍ଡକୁ ବାହାର କରିବାକୁ ଚେଷ୍ଟା କରି ଥିଲେ। ‌କିନ୍ତୁ ଏଥିରେ ସେମାନେ ବିଫଳ ହୋଇତିଲେ। ଶେଷରେ ଶିଶୁକୁ ଦମକଳ କେନ୍ଦ୍ରକୁ ନେଇଥିଲେ। ମାଲକାନଗିରି ଅଗ୍ନିଶମ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ଅଗ୍ନିଶମ କର୍ମଚାରୀ। ସେଠାରେ ଦୀର୍ଘ ସମୟର ଉଦ୍ୟମ ପରେ କଟର୍ ସହାୟତାରେ ଗରା କାଟି ଶିଶୁ ମୁଣ୍ଡରୁ ଗରା ବାହାର କରିଥିଲେ। 

ରିପୋର୍ଟ: ରାକେଶ ଦେହୂରୀ

Dhenkanal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe