ବୃଦ୍ଧି ପାଉଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା; ବଣ୍ଟନ ହେଉନି ଔଷଧ ବୋଳା ମଶାରୀ

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ହେଉଛି ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଗଣିତ ହୁଏ। ଅଞ୍ଚଳର ଗ୍ରାମବାସୀ ମ୍ୟାଲେରିଆ ଜ୍ଵର ତଥା ବ୍ରେନ୍‌ ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ନଜିର ରହିଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ହେଉଛି ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଗଣିତ ହୁଏ। ଅଞ୍ଚଳର ଗ୍ରାମବାସୀ ମ୍ୟାଲେରିଆ ଜ୍ଵର ତଥା ବ୍ରେନ୍‌ ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ନଜିର ରହିଛି।

Mosquito Net

Mosquito Net Photograph: (sambad.in)

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ହେଉଛି ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଗଣିତ ହୁଏ। ଅଞ୍ଚଳର ଗ୍ରାମବାସୀ ମ୍ୟାଲେରିଆ ଜ୍ଵର ତଥା ବ୍ରେନ୍‌ ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ନଜିର ରହିଛି। ମ୍ୟାଲେରିଆ ଜ୍ଵରର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବୋଳା ମଶାରୀ ବଣ୍ଟନ କରାଯାଉଥିଲା ଏବଂ ଏହାର ଔଷଧୀୟ ଗୁଣ ସ୍ବରୂପ ଉକ୍ତ ମଶାରୀରେ ମଶା ବସି ପାରୁ ନ ଥିଲେ ଯାହାଫଳରେ ଜନ ସାଧାରଣ ନିରାପଦରେ ମଶାରୀ ଭିତରେ ଶୋଇ ପାରୁଥିଲେ।

ସରକାରଙ୍କ ଉକ୍ତ ଯୁଗାନ୍ତକାରୀ ଯୋଜନା ରାଇରଙ୍ଗପୁର ଉପଖଣ୍ଡରେ ଅନେକ ବାଧାବିଘ୍ନରେ ଆରମ୍ଭ ହେବାର ନଜିର ରହିଛି। ଅନେକ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ମଶାରୀ ଗୁଡିକର। ଦୂରପାଯୋଗ କରାଯିବାର ଅନେକ ଉଦାହରଣ ରହିଛି। ସଚେତନତା ଅଭାବରୁ ଅନେକ ଭକ୍ତ ମଶାରୀକୁ ମାଛ ଧରିବା, କଲେଇ (ଝରି ପୋକ) ଧରିବା ଇତ୍ୟାଦିରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ମାତ୍ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵାସ୍ଥ୍ୟ କର୍ମୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ସ୍ଵରୂପ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ଲୋକମାନେ ମଶାରୀ ବ୍ୟବହାର କରିଥାନ୍ତି। ଫଳ ସ୍ଵରୂପ ମ୍ୟାଲେରିଆ ଜ୍ଵର ରୋକିବାରେ ସହାୟକ ହୋଇଥାଏ । ଇତି ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ ଅତିକ୍ଳାନ୍ତ ହେବାକୁ ବସିଲାଣି। ମାତ୍ର ସରକାରଙ୍କ ପକ୍ଷରୁ ଔଷଧ ବୋଳା ମଶାରୀ ବଣ୍ଟନ ହୋଇନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।

ସରକାରୀ ତଥ୍ୟ ଅଧାରରେ ଗତ ଏକ ମାସ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକି୍ସାଳୟରେ ୧୬୫ ରୁ ଉର୍ଦ୍ଧ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଟାଇଫାଏଡ଼ ଜ୍ଵର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ ବୃଦ୍ଧି ପାଉଛି। ତେବେ ବେସରକାରୀ ତଥ୍ୟ ଅଧାରରେ ବିଭିନ୍ନ ବେସରକାରୀ ପାଥୋଲୋଜିରେ ଶତାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ଯାହାକି ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ପ୍ରକାଶ ଥାଉ କି ୨୦୧୯-୨୦ ମସିହାରେ ସରକାରଙ୍କ ପକ୍ଷରୁ ଔଷଧ ବୋଳା ମଶାରୀ ବଣ୍ଟନ କରାଯାଇଥିଲା। ୪ ବର୍ଷ ହେବାକୁ ବସିଲାଣି ମଶାରୀ ବଣ୍ଟନ ହୋଇଥିଲା ଏବଂ ୪ ବର୍ଷ ତଳର ମଶାରୀ ନଷ୍ଟ ହୋଇଯିବା ଫଳରେ ମ୍ୟାଲେରିଆ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଆଶଙ୍କା ପ୍ରକାଶ ପାଇଛି। ପଡୋଶୀ ଜିଲ୍ଲାର ଅନେକ ସ୍ଥାନରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଂଚିଲାଣି। ମାତ୍ର ବାମନଘାଟି ଉପଖଣ୍ଡରେ ଏ ପର୍ଯ୍ୟନ୍ତ ମଶାରୀ ବଣ୍ଟନ ନ ହେବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାରେ ରାଜ୍ୟ ଔଷଧ ନିଗମ (ଓଏସଏମସି )ପକ୍ଷରୁ ମଶାରୀ ବଣ୍ଟନ କରାଯାଇଥାଏ। ବର୍ତମାନ ପର୍ଯ୍ୟନ୍ତ ମଶାରୀ ବଣ୍ଟନ ନ ହେବା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।

ଏ ସମ୍ବନ୍ଧରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇ ପାରିନଥିଲା। ଆଦିବାସୀ ବହୁଳ ଅଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ବସବାସ କରୁଥିବା ଅଧିବାସୀମାନଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ଦୃଷ୍ଟି କୋଣରୁ ତୁରନ୍ତ ଔଷଧ ବୋଳା ମଶାରୀ ବଣ୍ଟନ କରିବା ନିମନ୍ତେ ଜନସାଧାରଣରେ ଦାବି ହେଉଛି।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe