most awaited rourkela half marathon started Photograph: (SAMBAD.IN)
ରାଉରକେଲା: ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ‘ରାଉରକେଲା ହାଫ୍ ମାରାଥନ୍’। ସ୍ଥାନୀୟ ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରୁ ଏହା ଶୁଭାରମ୍ଭ ହୋଇଛି। ମାରାଥନ୍ରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଆରଏସପି ଭାରପ୍ରାପ୍ତ ନିର୍ଦେଶକ ଆଲୋକ ବର୍ମା, ଅନ୍ତର୍ଜାତୀୟ ମାରାଥନ ରନର ସୁନିତା ଗୋଦାରା, ରଚିତା ମିସ୍ତ୍ରୀ, ଅର୍ଜୁନ ପାତ୍ର, ରାମେନ ଘୋଷ, ଅଲଟ୍ରାରନର ସୁମିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
୪ଟି ବର୍ଗରେ ପ୍ରାୟ ୫୮୫୯ ଜଣ ଅଂଶଗ୍ରହଣ କରିଛନ୍ତି
ରାଉରକେଲା ଇସ୍ପାତ କାରଖାନା ଆୟୋଜିତ ଏହି ମାରାଥନ୍ରେ, ୪ଟି ବର୍ଗରେ ପ୍ରାୟ ୫୮୫୯ ଜଣ ଅଂଶଗ୍ରହଣ କରିଛନ୍ତି। ଏଥି ମଧ୍ୟରୁ ୩୬୩୨ ପୁରୁଷ ଓ ୧୫୨୭ ଜଣ ମହିଳା ଧାବିକା ଅଛନ୍ତି। ଏଥିରେ ରାଜ୍ୟ ତଥା ଦେଶର ୮୯ ଜଣ ମହିଳାଙ୍କ ସମେତ ୧୨୫୧ ଜଣ ଜାତୀୟସ୍ତରୀୟ ଧାବକ ଅଂଶଗ୍ରହଣ କରିଛନ୍ତି। ଏକ ସଂକ୍ଷିପ୍ତ ୱାର୍ମ୍ଅପ୍ ସଂପନ୍ନ ହେବାପରେ ପ୍ରାୟ ସାଢ଼େ ୬ଟାରେ ପ୍ରଥମବର୍ଗ, ଅର୍ଥାତ୍. ୨୧.୧ କିଲୋମିଟର ବର୍ଗର ମାରାଥନ୍ ଆରମ୍ଭ ହୋଇଥିଲା। ଏହାପରେ ୧୦ କିଲୋମିଟର, ୫ କିଲୋମିଟର ଓ ଦିବ୍ୟାଙ୍ଗଙ୍କ ପାଇଁ ୨ କିଲୋମିଟର ଦୌଡ଼ ଆରମ୍ଭ ହୋଇଥିଲା।
ଆହୁରି ପଢ଼ନ୍ତୁ: Bike Accident Death କୋକସରାରେ ବାଇକ ଦୁର୍ଘଟଣା, ଚାଲିଗଲା ୨ ଯୁବକଙ୍କ ଜୀବନ
ଉଲ୍ଲେଖଯୋଗ୍ୟ, ୨୧.୧ କିଲୋମିଟର ହାଫ୍ ମାରାଥନରେ ମୋଟ୍ ୧୦୩୪ ଜଣ (୯୨୪ ପୁରୁଷ ଓ ୧୧୦ ମହିଳା), ୧୦ କିଲୋମିଟର ବର୍ଗରେ ୧୪୭୨ ଜଣ (୧୨୩୫ ପୁରୁଷ ଓ ୨୩୭ ମହିଳା), ୫ କିଲୋମିଟର ଦୌଡ଼ରେ ୨୫୮୪ ଜଣ (୮୭୪ ପୁରୁଷ ଓ ୨୮୧ ମହିଳା ଏବଂ ୧୨୪୫ ଯୁବକ ଓ ୮୮୪ ଯୁବତୀ) ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୨ କିଲୋମିଟର ସ୍ୱତନ୍ତ୍ର ମୁକ୍ତବର୍ଗରେ ୬୯ ଜଣ (୫୪ ପୁରୁଷ ଓ ୧୫ ମହିଳା) ଭାଗନେଇଛନ୍ତି।
Follow Us