ମାନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ: ମା ଓ ଝିଅ ଜୀବନ୍ତ ଦଗ୍ଧ

Advertisment

ସମ୍ବଲପୁରର ମାନେଶ୍ଵର ଅନ୍ତର୍ଗତ ହାଟପଦାର ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଥିବାର ଖବର ମିଳିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ମୃତା ହେଲେ ମା’ ହେଉଛନ୍ତି ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରିନ୍ଦ୍ରୀ ଦୀକ୍ଷିତ।

fire678

ସମ୍ବଲପୁର: ସମ୍ବଲପୁରର ମାନେଶ୍ଵର ଅନ୍ତର୍ଗତ ହାଟପଦାର ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଥିବାର ଖବର ମିଳିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ମୃତା ହେଲେ ମା’ ହେଉଛନ୍ତି ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରିନ୍ଦ୍ରୀ ଦୀକ୍ଷିତ। ମାଆଙ୍କ ବୟସ ୯୦ ହୋଇଥିବା ବେଳେ ଝିଅ ୬୨ ବର୍ଷ ବୟସ୍କା ବେଲି ଜଣାପଡିଛି । 

ମୃତ  ଝିଅ ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ ମା’ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏହି ଘଟଣାଟି ବିଳମ୍ବିତ ରାତିରେ ଘଟିଛି । ଦୁଇ ମହଲା ଘରର ଉପର ରୁମରେ ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ସକାଳେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତେବେ ଏହା ହତ୍ୟା ନା ଆଉ କଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe