ବଜ୍ରାଘାତରେ ଚାଲିଗଲା ମା'ଙ୍କ ଜୀବନ: ବର୍ତ୍ତିଗଲେ ପୁଅ ଓ ବୋହୂ

କାଶୀନଗର ଥାନା ଅନ୍ତର୍ଗତ ଖାରଡ଼ା ଗ୍ରାମର ହରିଜନ ସାହିର ବାସିନ୍ଦା ବାଲଗା କ୍ରିଷ୍ଣା ତାଙ୍କ ମା ବାଲଗା ପାର୍ବତୀ(୫୪) ଓ ସ୍ତ୍ରୀ ବାଲଗା ମୋହିନୀ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଚାଲିଗଲା ମା'ଙ୍କ ଜୀବନ।

New Project (10)

କାଶୀନଗର: କାଶୀନଗର ଥାନା ଅନ୍ତର୍ଗତ ଖାରଡ଼ା ଗ୍ରାମର ହରିଜନ ସାହିର ବାସିନ୍ଦା ବାଲଗା କ୍ରିଷ୍ଣା ତାଙ୍କ ମା ବାଲଗା ପାର୍ବତୀ(୫୪) ଓ ସ୍ତ୍ରୀ ବାଲଗା ମୋହିନୀଙ୍କ ସହ ଜମିକୁ ଗତକାଲି ଅପରାହ୍ନରେ ଘାସ ବାଛିବାକୁ ଯାଇଥିଲେ। ଗତ କିଛି ଦିନ ହେଲା କାଶୀନଗର ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ମାରି ବର୍ଷା ହେଉଛି। ଏହି ବର୍ଷା ହେଉଥିବା ବେଳେ ସେମାନେ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବାଲଗା ପାର୍ବତୀ ବିଲରେ ପଡ଼ି ଯାଇଥିଲେ। କିନ୍ତୁ ତାଙ୍କ ବୋହୂ ଓ ପୁଅ ଟିକେ ଦୂରରେ କାମ କରୁଥିବାରୁ ସେ ଦୁହେଁ ବର୍ତ୍ତି ଯାଇଥିଲେ।

ପୁଅ କ୍ରିଷ୍ଣା ମା’ଙ୍କ ଏହି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ଜିଲ୍ଲା ଚିକିତ୍ସାଳୟକୁ  ନେଇ ଯାଞ୍ଚ କରିବା ସମୟରେ ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ। କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe