ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଯୋଗୁ ରାଜଧାନୀରୁ ଚୋରି ଶିଶୁ ଦୃଷ୍ଟିବାଧିତା ମା’ କୋଳକୁ ଫେରିଲା

ଭଗବାନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି  ନିଜର ଅପହୃତ ପୁଅକୁ ଫେରିପାଇଥିବା ଦୃଷ୍ଟିବାଧିତ ମା’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ପରତା ଯୋଗୁ ରାଜଧାନୀରୁ ଚୋରି ଶିଶୁ ମା’ କୋଳକୁ ଫେରିଲା ବୋଲି ବୋଲି ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ କହିଛନ୍ତି।

ୁୀ

ଭୁବନେଶ୍ବର: ଭଗବାନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି  ନିଜର ଅପହୃତ ପୁଅକୁ ଫେରିପାଇଥିବା ଦୃଷ୍ଟିବାଧିତ ମା’। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ପୁଲିସ ତତ୍ପର ହୋଇଥିଲା ଓ ଅବଶେଷରେ ସଫଳ ହୋଇଥିଲା ବୋଲି ବୋଲି ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

mohan

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା' କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି। ସମ୍ପୃକ୍ତ ମା'ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ। 

ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ। ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି। ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା।

ଏଣେ ପୁଲିସ କମିସନର କହିଛନ୍ତି, କମିସନରେଟ୍ ପୁଲିସ  ରାମମନ୍ଦିର ସାମ୍ନାରୁ ଦୃଷ୍ଟିବାଧିତ ମା’ଠାରୁ ଚୋରି ହୋଇଥିବା ଦେଢ଼ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରିବା ଲାଗି ୪ଟି ଟିମ୍ ଗଠନ କରିଥିଲା। ସିସିଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଅଭିଯୁକ୍ତକୁ ଚିହ୍ନଟ କରିଥିଲା ପୁଲିସ। ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବର ଖନ୍ତାପଡ଼ା ଅଞ୍ଚଳରୁ ଉଦ୍ଧାର କରିଥିଲା କମିସନରେଟ୍ ପୁଲିସ। ଉଦ୍ଧାର ପରେ ଶିଶୁର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାପରେ ମା’ଙ୍କୁ ହସ୍ତାନ୍ତର କରାଯାଇଛି। ଏଣେ ଅପହରଣକାରୀ କେଦାରସନକୁ ପୁରୀରୁ ଗିରଫ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି। ଏହା ଏକ କଠିନ ଅପରେସନ୍ ଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା' କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି। ସମ୍ପୃକ୍ତ ମା'ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ। 

ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ। ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି। ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା।

ସୂଚନାଯୋଗ୍ୟ, ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ୍‌ ଭିତରକୁ ଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହି ଆଧାରରେ ପୁଲିସ ଅପହର୍ତ୍ତା ପାଖରେ ପହଞ୍ଚିବାକୁ ୪ଟି ଟିମ୍‌ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇଥିଲା। କୋଲକାତାର ଖଡ଼ଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌କୁ ସିସିଟିଭି ଫୁଟେଜ୍‌ ପଠାଇ ପୁଲିସ ଅପହର୍ତ୍ତା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଥିଲେ। ଏହାବାଦ୍‌ ଶିଶୁ କଲ୍ୟାଣ ସମିତି ଓ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। 

cmo odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe