ମାଲକାନଗିରିରେ ଟଙ୍କା ଚୋରି କରୁଥିଲା ବୋହୂ; ଦେଖିଦେଲେ ଶାଶୁ, ତା ପରେ...

ଦୋକାନରୁ ଟଙ୍କା ଚୋରି କରୁଥିବା ବେଳେ ଶାଶୁ ଦେଖିଦେବାରୁ ବୋହୂ ଉଗ୍ରରୂପ ଧାରଣ କରିଛି। ଶାଶୁଙ୍କୁ ବୋହୂ ନିଆଁ ଲଗାଇ ଦେଇଛି। ମାଲକାନଗିରି ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

daughter in law malkangiri

daughter in law malkangiri Photograph: (sambad.in)

ମାଲକାନଗିରି: ଦୋକାନରୁ ଟଙ୍କା ଚୋରି କରୁଥିବା ବେଳେ ଶାଶୁ ଦେଖିଦେବାରୁ ବୋହୂ ଉଗ୍ରରୂପ ଧାରଣ କରିଛି। ଶାଶୁଙ୍କୁ ବୋହୂ ନିଆଁ ଲଗାଇ ଦେଇଛି। ମାଲକାନଗିରି ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇଥିବା ଶାଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଘଟଣା ଅନୁଯାୟୀ ମାଲାକନଗିରି ଥାନା ଅନ୍ତର୍ଗତ ଏମଭି-୧୮ ଗ୍ରାମର ଅବିନାଶ ବୈଦ୍ୟ ଛତିଶଗଡର କୋଣ୍ଟା ଅଂଚଳର ଜୟା ବୈଦ୍ୟଙ୍କୁ ଗତ ଦୁଇ ବର୍ଷ ତଳେ ବାହା ହୋଇଥିଲେ। ଇତି ମଧ୍ୟରେ ସେମାନଙ୍କର ୩ ମାସର ଏକ ସନ୍ତାନ ମଧ୍ୟ ରହିଛି। ତେବେ ଅବିନାଶ କାମ କରିବା ଉଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାନ୍ତି। ଘରେ ଶାଶୁ ଓ ବୋହୁ ଦୁହେଁ ରହୁଥିଲେ। ଗାଁରେ ଏକ ଛୋଟିଆ କିରାଣି ଦୋକାନ କରି ଦୁହେଁ ଚଳୁଥିଲେ।

ଜୟା କିନ୍ତୁ ଦୋକାନରୁ ସବୁବେଳେ ଟଂକା ଚୋରି କରି ନିଜର ମା‘ ଘରକୁ ପଠାଇ ଦେଉଥିଲେ। ଏପରିକି ସୁନା ମଧ୍ୟ ଚୋରି କରି ନିଜ ଘରକୁ ପଠେଇ ଦେଉଥିଲେ। ଏନେଇ ଶାଶୂ ରେଣୁକା ବୈଦ୍ୟ ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମା‘ ରେଣୁକା ପୁଅ ଅବିନାଶକୁ ସିସିଟିଭି ଆଣି ଲଗାଇବା ପାଇଁ କହିଥିଲା। ତେବେ ପୁଅ ସିସିଟିଭି ମଧ୍ୟ ଆଣିଥିଲେ। କିନ୍ତୁ ଏ ସଂପର୍କରେ ବୋହୂ ଜାଣିବା ପରେ ଶାଶୁକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଶାଶୁ ଶୋଇଥିବା ବେଳେ ତାଂକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଏବଂ ବାହାର ପଟୁ କବାଟ ବନ୍ଦ କରିଦେଇଥିଲା।

ତେବେ ନିଆଁ ଯନ୍ତ୍ରଣାରେ ଶାଶୁ ଛଟପଟ ହେବା ସହ ଚିତ୍କାର କରିଥିଲା। ତେବେ ବୋହୂର ମଧ୍ୟ ନିଆଁରେ ଦୁଇ ହାତ ପୋଡିଯାଇଥିଲା। ଗ୍ରାମବାସୀ ତୁରନ୍ତ ଶାଶୁ ରେଣୁକାକୁ ଉଦ୍ଧାର କରି ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ବଡ ମେଡିକାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଶାଶୁ ରେଣୁକା ରାୟପୁର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟଦିଗରେ ବୋହୂ ଜୟା ମଧ୍ୟ ନିଜ ମା‘ ଘରକୁ ଚାଲିଯାଇଛନ୍ତି। ଏପଟେ ଅବିନାଶ ନିଜ ପତ୍ନୀ ବିରୋଧରେ ମାଲକାନଗିରି ଥାନାରେ ଏତଲା ଦାୟର କରିଛନ୍ତି। ପୁଲିସ ଏତଲାକୁ ଭିତ୍ତି କରି ତଦନ୍ତ କରୁଥିବା କହିଛି। ବୋହୂ ଜୟା ଏବେ ଚିକିତ୍ସିତ ହେଉଥିବାରୁ ତାଂକୁ ଗିରଫ କରାଯାଇନଥିବା ଜଣାପଡିଛି।

Chhattisgarh | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe