ଜଳେଶ୍ୱରର ନାମ୍ପୋରେ ଅଭାବନୀୟ ଚିତ୍ର: ଦୁଇ ଦିନ ହେଲା ପୁଅ ଶବକୁ ଜଗିଛି ମା

ଜଳେଶ୍ୱରର ନାମ୍ପୋରେ ଅଭାବନୀୟ ଚିତ୍ର। ରାଜୁଙ୍କ ୨୬ ବର୍ଷୀୟ ପୁତ୍ର ମଦନଙ୍କର ବିୟୋଗ ହୋଇଥିବା ବେଳେ ଶବକୁ କେହି କାନ୍ଧ ଦେବାକୁ ନଥିବାରୁ ଦୁଇ ଦିନ ହେଲା ପୁଅର ଶବକୁ ମା ଜଗିଛି।

Odisha

ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅଧୀନସ୍ଥ ନାମ୍ପୋ ପଞ୍ଚାୟତର ଦେଉଳବାଡ଼ ଗ୍ରାମରେ ରାଜୁ ବେଶ୍ରାଙ୍କ ପରିବାରକୁ ଡାଆଣୀ ସନ୍ଦେହରେ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଆଁ ପାଣି ବନ୍ଦ କରି ରଖା ଯାଇଛି। ଗତକାଲି ରାଜୁଙ୍କ ୨୬ ବର୍ଷୀୟ ପୁତ୍ର ମଦନଙ୍କର ବିୟୋଗ ହୋଇଥିବା ବେଳେ ଶବକୁ କେହି କାନ୍ଧ ଦେବାକୁ ନଥିବାରୁ ଦୁଇ ଦିନ ହେଲା ପୁଅର ଶବକୁ ମା ଜଗିଛି।

ବିବରଣୀରୁ ପ୍ରକାଶ ଯେ, ରାଜୁଙ୍କ ପୁତ୍ର ମଦନ ଗତ ସପ୍ତାହରେ ବିଲରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ। ସେହିଦିନ ଠାରୁ ମଦନ ଶଯ୍ୟାଶାୟୀ ଥିବାବେଳେ ଗତକାଲି ସନ୍ଧ୍ୟା ୬ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମଦନଙ୍କ ମୃତ୍ୟୁକୁ ଆଜି ଦୁଇ ଦିନ ହୋଇଥିଲେ ମଧ୍ୟ ପିଣ୍ଡାରେ ଶବ ପଡିଛି। ଶବକୁ ମଦନଙ୍କ ମା ଚମ୍ପା ଦୀର୍ଘ ୧୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜଗି ବସିଛନ୍ତି। ରାଜୁ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଅରୁଣ ରାଉଳ ଓ ବିଜେପି ନେତା ଜଗଦୀଶ ପ୍ରଧାନଙ୍କୁ ଏବିଷୟରେ ଜଣାଇଥିବା କହିଛନ୍ତି।

ରାଜୁଙ୍କ ପୁତ୍ର ମଦନ ଗତ ସପ୍ତାହରେ ବିଲରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ। ସେହିଦିନ ଠାରୁ ମଦନ ଶଯ୍ୟାଶାୟୀ ଥିବାବେଳେ ଗତକାଲି ସନ୍ଧ୍ୟା ୬ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମଦନଙ୍କ ମୃତ୍ୟୁକୁ ଆଜି ଦୁଇ ଦିନ ହୋଇଥିଲେ ମଧ୍ୟ ପିଣ୍ଡାରେ ଶବ ପଡିଛି। ଶବକୁ ମଦନଙ୍କ ମା ଚମ୍ପା ଦୀର୍ଘ ୧୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜଗି ବସିଛନ୍ତି। ରାଜୁ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଅରୁଣ ରାଉଳ ଓ ବିଜେପି ନେତା ଜଗଦୀଶ ପ୍ରଧାନଙ୍କୁ ଏବିଷୟରେ ଜଣାଇଥିବା କହିଛନ୍ତି।

ରାଜୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ଡାଆଣି ସନ୍ଦେହରେ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କ ସାହିର ଭାଇମାନେ ତାଙ୍କ ପରିବାରକୁ ଏକ ଘରକିଆ କରି ରଖିଛନ୍ତି। ଏପରିକି ୩ ବର୍ଷ ତଳେ ତାଙ୍କ ବାପା ମେଘରାୟ ବେଶ୍ରା ମୃତ୍ୟୁବରଣ କରିବା ପରେ ଅନୁରୂପ ଭାବେ ଶବ ପଡି ରହିଥିଲା। ତେବେ ଏସମ୍ପର୍କରେ ସାହିର ପାଟିଆ ମୁର୍ମୁଙ୍କ ସହ ଯୋଗାଯୋଗ କଲାରୁ ସେ କହିଛନ୍ତି ରାଜୁ ତାଙ୍କ ପୁଅର ମୃତ୍ୟୁ ସମ୍ପର୍କ ରେ ଆମକୁ ଖବର ଦେଇ ନାହାନ୍ତି କି ଶବ ସତ୍କାର ପାଇଁ ମଧ୍ୟ ଡାକି ନାହାନ୍ତି। ଶବ ସତ୍କାର ପାଇଁ ଆମେ ଉପଯାଚକ ଭାବେ କିପରି ଯିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe