ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ମା ଓ ପୁଅ ମୃତ

ଅଭାବନୀୟ ଘଟଣାକ୍ରମେ ଟୁରଚି ଗ୍ରାମର ମା ଓ ପୁଅଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକ ୩୦ ବର୍ଷୀୟ ରବି ସୁନା ଓ ୬୩ ବର୍ଷୀୟା ସୁନାଫୁଲ ସୁନା।

ୂର

ମ,ରାମପୁର: ଆଜି ସକାଳୁ ଏକ ଅଭାବନୀୟ ଘଟଣାକ୍ରମେ ଟୁରଚି ଗ୍ରାମର ମା ଓ ପୁଅଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସାଇ ଦଲଙ୍ଗା ପଞ୍ଚାୟତ ଟୁରଚି ଗ୍ରାମ ଡଙ୍ଗରପଡ଼ାର ୩୦ ବର୍ଷୀୟ ରବି ସୁନା ସକାଳ ୯ଟା ସମୟରେ ଗାଧୋଇ ସାରି ଓଦା ଗାମୁଛାକୁ ଶୁଖାଇବାକୁ ଯାଇ କୂଅ ପାଖକୁ ଯାଇଥିବା ବିଦ୍ୟୁତ ତାର ଉପରେ ଶୁଖାଉଥିଲେ। ହେଲେ ସେହି ବିଦ୍ୟୁତ ତାରଟି ସେହି ସ୍ଥାନରେ କାଟି ଯାଇଥିବାରୁ ଓଦା ଗାମୁଛା ଯୋଗୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହା ଦେଖି ତାଙ୍କ ମା ସୁନାଫୁଲ ସୁନା( ୬୩) ଧାଇଁ ଆସି ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ତାକୁ ଭିଡ଼ିଥିଲା। ଫଳରେ ଉଭୟ ମା ଓ ପୁଅ ତାରରେ ଲାଗି ଯାଇଥିଲେ। କିଛି ସମୟ ପରେ ଉଭୟଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

ସୂଚନାରୁ ପ୍ରକାଶ ଯେ ସାଇ ଦଲଙ୍ଗା ପଞ୍ଚାୟତ ଟୁରଚି ଗ୍ରାମ ଡଙ୍ଗରପଡ଼ାର ୩୦ ବର୍ଷୀୟ ରବି ସୁନା ସକାଳ ୯ଟା ସମୟରେ ଗାଧୋଇ ସାରି ଓଦା ଗାମୁଛାକୁ ଶୁଖାଇବାକୁ ଯାଇ କୂଅ ପାଖକୁ ଯାଇଥିବା ବିଦ୍ୟୁତ ତାର ଉପରେ ଶୁଖାଉଥିଲେ। ହେଲେ ସେହି ବିଦ୍ୟୁତ ତାରଟି ସେହି ସ୍ଥାନରେ କାଟି ଯାଇଥିବାରୁ ଓଦା ଗାମୁଛା ଯୋଗୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହା ଦେଖି ତାଙ୍କ ମା ସୁନାଫୁଲ ସୁନା( ୬୩) ଧାଇଁ ଆସି ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବାକୁ ଯାଇ ତାକୁ ଭିଡ଼ିଥିଲା। ଫଳରେ ଉଭୟ ମା ଓ ପୁଅ ତାରରେ ଲାଗି ଯାଇଥିଲେ। କିଛି ସମୟ ପରେ ଉଭୟଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ବିଦ୍ୟୁତ୍ ବିଭାଗ ବିଭାଗ ବିଦ୍ୟୁତ୍ କାଟ କରିଥିଲେ। ଏ ନେଇ ମ୍,ରାମପୁର ପୁଲିସ ଆଇଆଇସି ସୁଦର୍ଶନ ନାଏକଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ।ପୁଣି ଏ ନେଇ ସାଇ ଦଳଙ୍ଗା ସରପଞ୍ଚ ଚୌବନି ସାହୁ ଙ୍କ ସ୍ବାମୀ ଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ କହିଲେ ଯେ ମୃତକ ରବି ଜଣେ ମାନସିକ ଅନଗ୍ରସର ଲୋକ ଥିଲା।ବାପା ମା ଓ ପୁଅକୁ ନେଇ ସେମାନଙ୍କ ସଂସାର। ଖବର ପାଇ ବାପା ମଗସିର ସୁନା ଆସି ଦେଖିବା ପରେ ଏ ନେଇ କୌଣସି ଅଭିଯୋଗ ନ କରି ଉଭୟ ମା ଓ ପୁଅଙ୍କ ଶବ ସତ୍କାର କରି ଦେଇଥିଲେ। 

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe